Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟଙ୍କା ପ୍ରଲୋଭନ ଦେଖାଇ କରୁଥିଲେ ଧର୍ମ ପରିବର୍ତ୍ତନ, ବିରୋଧ କଲେ ଗାଁ ଲୋକେ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଟଙ୍କା ପ୍ରଲୋଭନ ଦେଖାଇ କରୁଥିଲେ ଧର୍ମ ପରିବର୍ତ୍ତନ, ବିରୋଧ କଲେ ଗାଁ ଲୋକେ

ମୟୁରଭଞ୍ଜ : ଚାଲିଥିଲା ଧର୍ମ ପରିବର୍ତ୍ତନ, ଖବର ପାଇ ପହଁଚିଲେ ସ୍ଥାନୀୟ ଯୁବକ, ଆଉ ତା ପରେ ସାମ୍ନାକୁ ଆସିଲା ପୁରା ଘଟଣା। କିପରି ନିରୀହ ଆଦିବାସୀ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଛି ତାହା ସାମ୍ନାକୁ ଆସିଲା।ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡ଼ଖଲାଡ଼ି ଅଂଚଳରେ। ବଡ଼ଖଲାଡ଼ି ଗ୍ରାମରେ ଏକ ଘରେ କିଛି ଯୁବକ ଆସି ସ୍ଥାନୀୟ ଆଦିବାସୀ ମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରାଉଥିଲେ। ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରାଉଥିବା ବେଳେ ସ୍ଥାନୀୟ କିଛି ଯୁବକ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ।

ଅଧିକ ପଢନ୍ତୁ : ଉପାନ୍ତରୁ ଉପକୂଳକୁ ମାଡ଼ିଲାଣି ଧର୍ମ ପରିବର୍ତ୍ତନ ନିଆଁ

ଯାହାକୁ ନେଇ ପେଲାଠେଲା, ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା, ତେବେ ଦୁଇ ପକ୍ଷମଧ୍ୟରେ ଲଢେ଼ଇ ଝଗଡା ବଢ଼ିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଆୟତ୍ତ କୁ ଆସିଥିଲା। ଅନ୍ୟପଟେ ବାରିପଦା ରୁ ଧର୍ମ ପରିବର୍ତ୍ତନ କରାଇବାକୁ ଆସିଥିବା ଦୁଇ ଯୁବକଙ୍କୁ ପୋଲିସ ଥାନାକୁ ନେଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇ ଜୟ ଶ୍ରୀ ରାମ ଏବଂ ଜୟ ଜଗନ୍ନାଥ କହିବାକୁ ବାଧ୍ୟ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The people of the village protested against the change of religion | Argus News