Videos
|
Odisha

ରାସ୍ତା କଡ଼କୁ ଓଲଟି ପଡିଲା ପିକ ଅପ୍‌ ଭ୍ୟାନ, ୨ଟି ଗୋରୁ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ରାସ୍ତା କଡ଼କୁ ଓଲଟି ପଡିଲା ପିକ ଅପ୍‌ ଭ୍ୟାନ, ୨ଟି ଗୋରୁ ମୃତ

ଅର୍ଗସ ବ୍ୟୁରୋ:  ରାସ୍ତା କଡ଼କୁ ଓଲଟି ପଡିଲା ଗୋରୁ ବୋଝେଇ ପିକ ଅପ ଭ୍ୟାନ। ଯାଜପୁର ଦଶରଥପୁର ବ୍ଲକ ନନ୍ଦୀପୁର - ଝୁମ୍ପୁରୀ ରାସ୍ତାର ମଧ୍ୟସ୍ଥଳୀ ତରାଙ୍ଗ ସାଗରପୁରଠାରେ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଉକ୍ତ ଭ୍ୟାନରେ ୭ ଟି ଗୋରୁଥିଲା ବେଳେ ୨ ଟି ଗୋରୁ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ସମସ୍ତ ଗୋରୁ ଆହତ ହୋଇଥିବା ଜଣାପଡିଛି। ଓଲଟି ପଡ଼ିଥିବା ପିକଅପ ଭ୍ୟାନରେ କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେଇଥିଲେ। ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ନିଆଁ ଆୟତ କରିଥିବା ବେଳେ ଦଶରଥପୁର ପୋଲିସ ଏହାର ତଦନ୍ତ ଚଳାଇଛି। ଗୋରୁ ସବୁ ବିଂଝାରପୁର ରୁ ଭଦ୍ରକ ଯାଉଥିବା ଅନୁମାନ କରାଯାଉଛି।ସେହି ପିକଅପ ଗାଡିର ଚାଳକ ଓ ଖଲାସି ଫେରାର ହୋଇଯାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The pick-up van overturned on the side of the road | Argus News