Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିକଅପ୍ ଭ୍ୟାନ ଓଲଟି 15 ରୁ ଅଧିକ ଗୁରୁତର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପିକଅପ୍ ଭ୍ୟାନ ଓଲଟି 15 ରୁ ଅଧିକ ଗୁରୁତର

ବଲାଙ୍ଗୀର : ଟିଟିଲାଗଡ଼ ଥାନା ଅନ୍ତର୍ଗତ କତରକେଲା ଗାଁ ନିକଟରେ ଏକ୍ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ 14 ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଙ୍କ ମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି. ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁ ର ଭୁଏପଡା ଗାଁ ରୁ ପ୍ରାୟ 20/25 ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡାକୁ ବଣ ଭୋଜି କରିବାକୁ ଯାଉଥିବା ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନ ଓଲଟି ପଡିଥିଲା ।  

ଅଧିକ ପଢନ୍ତୁ : ଟ୍ରକକୁ ପଛପଟୁ ଧକ୍କା ଦେଲା ବସ: ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଗୁରୁତର ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ମଧ୍ୟରେ ସ୍ଥାନୀୟ ଲୋକେ ଟିଟିଲାଗଡ଼ ହସ୍ପିଟାଲ ପହଞ୍ଚିଥିଲେ । ହସ୍ପିଟାଲରେ ବର୍ତ୍ତମାନ୍ ଆହତ ଙ୍କ ଚିକିତ୍ସା ଚାଲିଛି । ହେଲେ ବର୍ତ୍ତମାନ୍ ସୁଦ୍ଧା କିଛି ଆହତ ଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The pickup van overturned more than 15 injured | Argus News