Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେଡି ସରକାରରେ ବିଜ୍ଞାପନରେ ରହିଗଲା ଯୋଜନା

Odisha

ବିଜେଡି ସରକାରରେ ବିଜ୍ଞାପନରେ ରହିଗଲା ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେଡି ସରକାରରେ ବିଜ୍ଞାପନରେ ରହିଗଲା ଯୋଜନା

ଅର୍ଗସ ବ୍ୟୁରୋ:  ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ତୁମ୍ବlଗୁଡାଠାରୁ ବଡ଼ିଗେଟl ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ପାଲଟିଛି ମରଣଯନ୍ତା । ଏହି ପଞ୍ଚାୟତକୁ ଭଲ ରାସ୍ତାଟିଏ ନାହିଁ କି ପଞ୍ଚାୟତରୁ ଗାଁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ନକହିଲେ ଭଲ । ଖରାଦିନେ ଯଥା କଥା ଚଳୁଥିବା ବେଳେ ବର୍ଷାଦିନରେ ପାଣି କାଦୁଅରେ ପଚପଚ ହୋଇ ଲୋକ ଯାତାୟାତ କରନ୍ତି। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କଠାରୁ ସାଧାରଣ ଲୋକ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀକୁ ଆଣିବା ପାଇଁ ଆମ୍ବୁଲାନ୍ସଟି ଯିବା ମଧ୍ୟ କାଠିକର ପାଠ । ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ହେଲାନାହିଁ। ନୂତନ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ବଡିଗେଟl ପଞ୍ଚାୟତରେ 11 ଖଣ୍ଡ ଗାଁ ରହିଥିବା ବେଳେ ଲୋକ ସଂଖ୍ୟା 3 ହଜାରରୁ ଅଧିକ ହେବ । ହେଲେ ପଞ୍ଚାୟତରୁ ପ୍ରତ୍ୟେକ ଗାଁକୁ ଭଲ ରାସ୍ତା ନିର୍ମାଣ ହୋଇ ପାରିନାହିଁ l ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ 2018-19 ଆର୍ଥିକ ବର୍ଷରେ ରାସ୍ତା ନିର୍ମାଣ ପାଇଁ ଅର୍ଥ ବ୍ୟୟ ବରାଦ ହୋଇଥିଲା । ହେଲେ ଯନ୍ତ୍ରୀ ଓ ଠିକାଦାର ମିଲତଭଗତରେ ନିମ୍ନମାନର କାମ କରି ଟଙ୍କା ଲୁଟି ନେଲେ । ଦୁର୍ଗମବାସୀ ଯେଉଁ ଅସୁବିଧା ଭୋଗୁଥିଲେ, ସେହି ଅସୁବିଧା ଆଜି ବି ରହିଛି । ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ବିକାଶ ପାଇଁ 24 ବର୍ଷର ସ୍ଥିର ସରକାର ଫେଲ ମାରିଥିବା ବେଳେ ନୂଆ ସରକାର ଉପରେ ଆସ୍ଥା ରଖିଛନ୍ତି ବଡିଗେଟlବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The plan was advertised in the BJD government | Argus News