Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀର ଅଠରନଳା ଓ ମୂଷା ନଈ ସୌନ୍ଦର୍ଯ୍ୟକରଣ ରହିଗଲା ଅଧପନ୍ତରିଆ

Manini Pattanayak
Browse all articles by Manini Pattanayak
·1 year ago·2 min read
ପୁରୀର ଅଠରନଳା ଓ ମୂଷା ନଈ ସୌନ୍ଦର୍ଯ୍ୟକରଣ ରହିଗଲା ଅଧପନ୍ତରିଆ

ପୁରୀ:  କେବଳ ଘୋଷଣାରେ ସୀମିତ ରହିଗଲା ବିଜେଡି ସରକାର ଐତିହ୍ୟ ସୁରକ୍ଷା। ପୁରୀର ଅଠରନଳା ଓ ମୂଷା ନଈ ସୌନ୍ଦର୍ଯ୍ୟକରଣ ରହିଗଲା ଅଧପନ୍ତରିଆ। ଅଠରନଳା ପ୍ରକଳ୍ପ କାମ ଅଧାରେ ଛାଡ଼ି ଠିକା ସଂସ୍ଥା ଫେରାର ହୋଇଯାଇଛି।  ଯୋଜନାରେ ସୀମିତ ରହିଗଲା ମୂଷା ନଈରେ ନୌକାବିହାର ଆଉ ଶ୍ରୀହୀନ ହୋଇ ପଡ଼ିରହିଛି ଶ୍ରୀକ୍ଷେତ୍ରର ପ୍ରବେଶ ପଥ। 
ଶ୍ରୀହୀନ ହୋଇ ପଡ଼ିରହିଛି ଶ୍ରୀକ୍ଷେତ୍ରର ପ୍ରବେଶ ପଥ।

ଚରମ ଅବହେଳାର ଶିକାର ୭ଶହ ବର୍ଷ ତଳର ଐତିହ୍ୟ ଅଠରନଳା। ମାଟି କାମୁଡି ପଡ଼ିଛି ଅଠରନଳା ହେରିଟେଜ୍ ପ୍ରକଳ୍ପ। ନର୍ଦ୍ଦମା ଗନ୍ଧରେ ଫାଟୁଛି ଅଠରନଳା ଅଞ୍ଚଳ। ପ୍ରାୟ ୧୩ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ଜାତୀୟ ଐତିହ୍ୟ ସ୍ମାରକୀ ଅଠରନଳା ପୋଲ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ବିକାଶ ଲାଗି ଯୋଜନା କରିଥିଲେ ବିଜେଡି ସରକାର। ହେଲେ ସରକାର ଯିବା ସହ ପ୍ରକଳ୍ପ କାମ ଅଧାରେ ଛାଡ଼ି ଫୋରାର ହୋଇଗଲା ଠିକାଦାର। କଟକି ଦଳ ଓ ନର୍ଦ୍ଦମା ପାଣିରେ ଭର୍ତ୍ତି ଐତିହ୍ୟ ସମ୍ପନ୍ନ ଅଠରନଳାର ପରିସ୍ଥିତି ବୁଦ୍ଧିଜୀବୀ ଓ ପୁରୀ ସହରବାସୀଙ୍କୁ କରିଛି କ୍ଷୁବ୍ଧ।

କେବଳ ଅଠରନଳା ନୁହେଁ ଅବଢା ଯୋଜନାରେ ଐତିହାସିକ ମୂଷା ନଈର ସୌନ୍ଦର୍ଯ୍ୟୀକରଣ ଓ ପୂନରୁଦ୍ଧାର ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ ନବୀନ ସରକାର। ଏଥିପାଇଁ ୧୦୭ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ଟେଣ୍ଡର କରାଯାଇ ଠିକା ସଂସ୍ଥାକୁ କାମ ଦିଆଗଲା। କିନ୍ତୁ କାମ ଏତେ ମନ୍ଥର ବେଗରେ ଚାଲିଛି ଯେ କେବେ ସରିବ ତାହା କେହୁ କହିପାରୁନାହାନ୍ତି। ଏବେ ବି ଏହି ଐତିହାସିକ ନଈ ବିଲାତି ଦଳରେ ଭର୍ତ୍ତି। ନଈ ମଝିରେ ଯେଉଁ ଜବରଦଖଲ ଥିଲା, ତାହା ଆଜି ପର୍ଯ୍ୟନ୍ତ ହଟିପାରିନି। ଏହା ପ୍ରକଳ୍ପରେ ବଡ଼ ପ୍ରତିବନ୍ଧକ ସାଜିଛି। ମୂଷା ନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୧ ଓ ମୂଷା ନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୨,ଏଭଳି ଦୁଇଟି ପର୍ଯ୍ୟାୟରେ ମୂଷାନଈର ବିକାଶ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୂଷାନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୧ ପାଇଁ ୪୬.୬୦ ଏକର ଓ ମୂଷା ନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୨ ପାଇଁ ୬୨.୭୪୨ ଏକର ଏହିପରି ଦୁଇ ପ୍ରକଳ୍ପ ପାଇଁ ୧୪ଟି ମୌଜାରୁ ୧୦୯.୩୪୨ ଏକର ଜମି ଅଧିଗ୍ରହଣ ଲାଗି ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଜମି ଅଧିଗ୍ରହଣ ସରିନଥିବା ବେଳେ ଅଧିଗୃହିତ ଜମିରେ ତିଆରି ହୋଇଥିବା ରାସ୍ତା ପୁଣି ନଷ୍ଟ ହୋଇଗଲାଣି। ଅବଢ଼ା ପ୍ରକଳ୍ପ ଅନ୍ତର୍ଗତ ବାକିଥିବା ସବୁ କମ ଆଗେଇ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।  ଶ୍ରୀକ୍ଷେତ୍ରରେ ଐତିହ୍ୟର ସୁରକ୍ଷା ସହ ବିଜେଡି ସରକାର ଅମଳରେ ହୋଇଥିବା ଅଧପନ୍ତରିଆ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଏବେ ନୂଆ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
The plan was limited to boat launch at Musa Nai | Argus News