ବଟି ନଦେବାରୁ ପୋଲିସ କଳାକାରଙ୍କୁ ଥାର୍ଡ ଡିଗ୍ରୀ କରିଥିବା ଅଭିଯୋଗ
·2 years ago

ଅର୍ଗସ ବ୍ୟୁରୋ: ନୂଆବର୍ଷରେ ପୋଲିସର କାରନାମା। କଳାକାରଙ୍କୁ ପିଟିପିଟି ଲହୁଲୁହାଣ କଲା ଭଦ୍ରକ ଆଗରପଡ଼ା ଥାନା ପୋଲିସ। ବଟି ନଦେବାରୁ ପୋଲିସ କଳାକାର ଗୋପିନାଥ ନାୟକଙ୍କୁ ଥାର୍ଡ ଡିଗ୍ରୀ କରିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ମଞ୍ଚ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଗୋପିନାଥଙ୍କୁ ଭଦ୍ରକରୁ ରାମପୁର କେନାଲ ନିକଟରେ ଅଟକାଇଥିଲେ। ଅଟକାଇ ତାଙ୍କୁ ବଟି ମାଗିଥିଲେ। ଗୋପିନାଥ ମନା କରିବାରୁ ତାଙ୍କୁ ମାଡ଼ ମାରିବା ସହ ସୁନା ଚେନ୍ ଓ ମୋବାଇଲ ପୋଲିସ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଗୋପିନାଥ।
ଏନେଇ ଆଗରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ଗୋପିନାଥଙ୍କ ପତ୍ନୀ। ଏହି ଘଟଣାକୁ ଦେଖୁଛନ୍ତି ତ ରାଜ୍ୟର ମୁଖିଆ ଯାହାଙ୍କ ହାତରେ ଗୃହ ବିଭାଗ ଅଛି। ମୋ ପୋଲିସର ଧଜ୍ଜିଆ ଉଡ଼ାଉଛନ୍ତି ଖୋଦ ପୋଲିସ ବାବୁ। ଲୋକଙ୍କ ସେବା କରିବା ପରିବର୍ତ୍ତେ, ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଆକରଣରେ ଗୁଣ୍ଡାଗର୍ଦ୍ଦି କରି, ମାଡ଼ ମାରି ଲହୁଲୁହାଣ କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: