Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୭ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Key Points

ଅଭିଯୁକ୍ତ ପୋଲିସଙ୍କୁ ମାରାଥନ ଜେରା 
7 ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ 
ଭାଇରାଲ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲେ ପୀଡ଼ିତାଙ୍କ ବାପା
କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋର ଧରିଲା ରାଜନୀତି

ଅର୍ଗସ ବ୍ୟୁରୋ:  ଦିନ ଯେତିକି ଗଡୁଛି ବିବାଦ ସେତିକି ଘନଉଛି। ଭରତପୁର ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତୃତୀୟ ଦିନରେ ପହଁଚିଛି କ୍ରାଇମବ୍ରାଞ୍ଚ ତଦନ୍ତ । 120 ବାଟାଲିୟନ ରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଙ୍କ ବୟାନ ରେକର୍ଡ କରିବାପାଇଁ ଆଜି ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ର ସ୍ୱତନ୍ତ୍ର ଟିମ.. ଘଟଣା ଦିନ ରାସ୍ତା ରେ କଣ ଘଟିଥିଲା, ଥାନା କୁ ଯିବା ପରେ କଣ ହେଲା ସେ ନେଇ ଉଭୟ ଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ..ଏହାରି ଭିତରେ ସସ୍ପେଣ୍ଡ ହୋଇଥିବା 5ଜଣ ପୋଲିସଙ୍କୁ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ..ମାମଲା ର ଏକ ରିପୋର୍ଟ କ୍ରାଇମ ବ୍ରାଞ୍ଚ ଏ ଡି ଜି ଙ୍କୁ ଦିଆ ଯାଇଥିବା ବେଳେ ଜାତୀୟ ମହିଳା କମିଶନଙ୍କୁ ମଧ୍ୟ ରିପୋର୍ଟ ପଠାଯାଇଛି ।

ସେପଟେ ରାସ୍ତା ରେ ଆକ୍ରମଣ କରି ଗିରଫ ହୋଇଥିବା 7 ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ ରି କ୍ରିଏସନ କରିବା ପରେ କୋର୍ଟ ଚାଲାଣ କରିଛି ଚନ୍ଦକା ଥାନା ପୋଲିସ.. ଅଭିଯୁକ୍ତଙ୍କ ଠାରୁ 11 ଟି ମୋବାଇଲ ଓ ଗୋଟିଏ ଗାଡି ଜବତ କରାଯାଇଛି..ଆମେ ମାଡ଼ ମାରିନାହୁଁ ବୋଲି ଅଭିଯୁକ୍ତ ଛାତ୍ର ବୟାନ ଦେଇଛନ୍ତି ।...ଆମ୍ବିଆନସ
ମେଜରଙ୍କ ବାନ୍ଧବୀଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବତୀଙ୍କ ବାପା । ସେପଟେ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛି ଓଡ଼ିଶା ପୋଲିସ ସଂଘ। ସେପଟେ ମାମଲା କୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି.. ରାସ୍ତା କୁ ଓଲ୍ହାଇ ମହିଳା ବିଜେଡି ପ୍ରତିବାଦ କରିଥିବା ବେଳେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଦେଇଛି.. କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଉ କରିଥିବା ବେଳେ ବିରୋଧୀ ଙ୍କୁ କଡା ଜବାବ ଦେଇଛି ବିଜେପି ।

ଭରତପୁର ଥାନାରେ ପୀଡ଼ିତାଙ୍କ ବିରୋଧରେ ହୋଇଥିବା ମାମଲା ଓ ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଙ୍କୁ ଥାନାରେ ମାଡ଼ ମାରିବା ଦୁଇଟି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଖୁବ ଶୀଘ୍ରଅଭିଯୁକ୍ତ ପୋଲିସ ଙ୍କ ବିରୋଧ ରେ ବଡ଼ ଆକ୍ସନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The police arrested 7 youths and took them to court | Argus News