Videos
|
Odisha

ଦଳିତ ମହିଳାଙ୍କ ସହ ନାବାଳିକା ନଣନ୍ଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ

Ritu Das
Browse all articles by Ritu Das
·2 years ago·2 min read
ଦଳିତ ମହିଳାଙ୍କ ସହ ନାବାଳିକା ନଣନ୍ଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ

ଅର୍ଗସ ବ୍ୟୁରୋ: ବର୍ବର, ଅମାନବୀୟ। ଦେଖନ୍ତୁ ଏ ହେଉଛି ପୋଲିସ କର୍ମୀଙ୍କ କାଣ୍ଡ । ଜଣେ ଦଳିତ ମହିଳାଙ୍କ ସହ ତାଙ୍କ ନାବାଳିକା ନଣଦକୁ କିପରି ଅତ୍ୟାଚାର କରୁଛି ପୋଲିସ । ଚାନ୍ଦବାଲି ଥାନାକୁ ମିଲି ସେଠୀ ନାମକ ଜଣେ ଦଳିତ ମହିଳା ତାଙ୍କ ସ୍ବାମୀଙ୍କୁ ଭେଟିବାକୁ ଆସିଥିଲେ । ସଂପୃକ୍ତ ମହିଳାଙ୍କ ଛୋଟ ଛୁଆ ଏକ ଚପଲ ଖୋଳକୁ ଧରି ଖେଳୁଥିବା ବେଳେ ମହିଳା ଜଣକ ଚପଲ ଖୋଳକୁ ଥାନା ପରିସର ମଧ୍ୟକୁ ପକାଇ ଦେଇଥିଲେ । ଚପଲ ଖୋଳ କାହିଁକି ଡଷ୍ଟବିନରେ ପକାଇଲେ ସେ ନେଇ ମହିଳାଙ୍କୁ କନେଷ୍ଟବଳ ରବି ସେଠୀ ମାଡ଼ ମାରିଥିଲେ । ଥାନାର ASI ନେପାଳୀ ସାହା ଓ ଦୁଇଜଣ କନେଷ୍ଟବଳ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ଲହୁଲୁହାଣ କରିବା ସହ ତାଙ୍କ ନାବାଳିକା ନଣନ୍ଦଙ୍କୁ ମଧ୍ୟ ମାରିବାକୁ ପଛାଇ ନଥିଲେ ।

ଅଭିଯୋଗ ପରେ ପୋଲିସ କଣ କଲା । ହେଡ୍ କ୍ବାଟରକୁ ବଦଳି ହେଲେ ASI ନେପାଳ ସାହା ଓ କନେଷ୍ଟବଳ ରବୀନ୍ଦ୍ର ସେଠୀ, ହୋମଗାର୍ଡ ଡ୍ରାଇଭର କିଶୋର ମହାପାତ୍ର । ଜିଲ୍ଲା ହେଡ୍‌ କ୍ବାଟରକୁ ବଦଳି କଲେ ଭଦ୍ରକ ଏସ୍‌ପି ବରୁଣୁ ଗୁଣ୍ଠୁପାଲି । ଦୁଇଟି କେସ୍‌ ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି କହିଛି ପୋଲିସ । ଏଠି ପ୍ରଶ୍ନ, ହେଡକ୍ବାଟର ବଦଳି କରି ଆଣି ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ପନିଶମେଣ୍ଟ ନା ପ୍ରମୋସନ ଦେଲେ ଭଦ୍ରକ ଏସପି । ମହିଳାଙ୍କୁ ଗୋଡାଇ ଗୋଡାଇ ବାଡେଇବା ପରେ ବି କେଉଁ ପ୍ରମାଣ ଅପେକ୍ଷାରେ ଜିଲ୍ଲା ପୋଲିସ ମୁଖିଆ । ଘଟଣାରେ ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳିତ ମହାସଂଘ ଓ ଆମ୍ବେଦକର ଦଳିତ ମଞ୍ଚ।

ପୋଲିସ ଚରିତ୍ରର ପରିବର୍ତ୍ତନ ହେବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ହେଲେ ପୋଲିସର ଏମିତି କାଣ୍ଡକୁ ଦେଖୁଛନ୍ତି ନା ନାହିଁ ପୋଲିସ ମୁଖିଆ । ସଭ୍ୟ ଗଣତନ୍ତ୍ରରେ ଏମିତି କରିପାରିବ ନାହିଁ ପୋଲିସ । ଅଭିଯୁକ୍ତ ପୋଲିସଙ୍କ ବିରୋଧରେ FIR କରି କାହିଁକି ସେମାନଙ୍କୁ ଜେଲ୍ ପଠାଇଲେ ନାହିଁ ଭଦ୍ରକ ଏସ୍‌ପି ତାହା ବଡ଼ ପ୍ରଶ୍ନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

The police chased | Argus News