ପ୍ରେମିକାକୁ ହତ୍ୟା କରି ଫେରାର୍ ହୋଇଯାଇଥିଲା ପ୍ରେମିକ ଶିବ

ଢେଙ୍କାନାଳ : ପ୍ରେମିକାକୁ ହତ୍ୟା ଅଭିଯୋଗରେ ପ୍ରେମିକକୁ ଗିରଫ କଲା ପୋଲିସ୍। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ଗାଁରେ ଗତ ୭ତାରିଖ ରାତିରେ ଯୁବତୀଙ୍କୁ ବନ୍ଦ କୋଠରୀ ଭିତରେ ହତ୍ୟା ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଉଳପୁର ପାଟଣା ଗାଁର ୨୨ବର୍ଷୀୟ ଯୁବକ ଶିବପ୍ରସାଦ ସେନାପତି। ଶିବ ପ୍ରସାଦ ଦୀର୍ଘ ଦିନ ଧରି ଲୋକନାଥପୁର ଶାସନ ଗାଁର ଯୁବତୀ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆକୁ ପ୍ରେମ କରି ଆସୁଥିଲେ। ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ ନିଜର ପଲସର ବାଇକ ଯୋଗେ ଲକ୍ଷ୍ମୀଙ୍କ ଘରକୁ ଯାଇଥିଲେ ଶିବ। ଲକ୍ଷ୍ମୀଙ୍କ ସହିତ ଥିଲେ ତାଙ୍କର ମାନସିକ ଅନଗ୍ରସର ଭଉଣୀ ନମିତା।
ତେବେ ନମିତା ଛାତ ଉପରେ ଥିବା ବେଳେ ଶିବ ଘର ଭିତରକୁ ପ୍ରବେଶ କରିଥିଲେ। ସେତେବେଳେ ଲକ୍ଷ୍ମୀଙ୍କ ମାଆ ଏକ ବିବାହ କାର୍ଯ୍ୟରେ ବଣସିଂହ ଗାଁକୁ ଯାଇଥିଲେ।ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ଲକ୍ଷ୍ମୀଙ୍କ ଓଢଣୀ ରେ ବେକକୁ ଚିପି ହତ୍ୟା କରିଥିଲେ। ଏବଂ ହତ୍ୟା ପରେ ଘର ସିଡିରେ ଯାଇ ଛାତ ବାଟେ ଫେରାର ମାରିଥିଲେ। ଯାହାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରି ଦେଇଥିଲା। ଏବଂ ଶିବରାତ୍ରୀରେ ଶିବକୁ ଗିରଫ କରିଥିଲା। ଯାହାକୁ ନେଇ ଆଜି ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁ।
ଅଧିକ ପଢନ୍ତୁ ଓଡ଼ିଶା ଖବର