|
logo
Live

Argus News - ବୈଠକ ମଝିରୁ ଯୁବକଙ୍କୁ ଉଠାଇ ନେଲେ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍

Odisha

ବୈଠକ ମଝିରୁ ଯୁବକଙ୍କୁ ଉଠାଇ ନେଲେ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବୈଠକ ମଝିରୁ ଯୁବକଙ୍କୁ ଉଠାଇ ନେଲେ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍

ଅର୍ଗସ ବ୍ୟୁରୋ:  ବିଜେଡି ବୈଠକରୁ ଅପରାଧୀକୁ ଉଠାଇନେଲା ପୋଲିସ । ସହରର ମୋତିପଡ଼ା ରାଧାନାଥ କମ୍ୟୁନିଟି ସେଣ୍ଟରରେ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଚାଲୁଥିବା ବେଳେ, ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ହଠାତ ବୈଠକ ମଝିରୁ ଜଣେ ଯୁବକ ଉଠାଇ ନେଇଥିଲା । ତେବେ ସାଧା ପୋଷାକରେ ଆସିଥିବା ପୋଲିସକୁ କେହି ଚିହ୍ନିପାରି ନ ଥିଲେ । ପୋଲିସ ଉଠାଇଥିବା ଯୁବକ ଜଣକ ଏକ କୋରେକ୍ସ ମାଫିଆ ବୋଲି ଜଣା ପଡିଛି ।

ଯୁବକ ଜଣକ ହେଉଛନ୍ତି ନିଖିଳ ମୁଣ୍ଡା । ନିଖିଳ ସମ୍ବଲପୁରରେ କୋରେକ୍ସ ବେପାରର ଜଣେ ପେସାଦାର ଅପରାଧୀ ବୋଲି ଜଣା ପଡିଛି । ନିଖିଳ ନାଁରେ ରହିଛି ବହୁ ଥାନାରେ ସଙ୍ଗୀନ ମାମଲା । ଦୁର୍ଗାପୂଜା ସମୟରେ ସମ୍ବଲପୁର ପୋଲିସ ସିଟି ଷ୍ଟେସନରୁ ବ୍ୟାପକ ମାତ୍ରାରେ କୋରେକ୍ସ ଜବତ କରିଥିଲା ଏବଂ ଏହି ମାମଲାରେ 32 ଜଣଙ୍କୁ ଗିରଫ କରିଥିଲା । ଘଟଣାରେ ନିଖିଳ ଫେରାର ଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବୈଠକ ମଝିରୁ ଯୁବକଙ୍କୁ ଉଠାଇ ନେଲେ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ | Argus News