Videos
|
Odisha

ମଶାଣି ନେଉଥିବାବେଳେ ଶବ ଜବତ କଲା ପୋଲିସ

Ritu Das
Browse all articles by Ritu Das
·2 years ago·1 min read
ମଶାଣି ନେଉଥିବାବେଳେ ଶବ ଜବତ କଲା ପୋଲିସ

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ମଶାଣି ନେଉଥିବା ବାଟରୁ  ଶବ ଜବତ କଲା ପୋଲିସ, ମଦ୍ୟପ ପୁଅ ମାଆକୁ ପିଟିପିଟି୍ ମାରିଥିବା ଅଭିଯୋଗ । ମୃତକ ବୃଦ୍ଧା ଜଣେ ହେଲେ ଜନ୍ମୀ  ବେହେରା । ସୂଚନା ଯେ , ପାତ୍ରପଡା ଗାଁର  ଜନ୍ମୀ ଓ ତାଙ୍କର ପୁଅ ସୁନିଆଁ ଘରେ ରହୁଥିବାରୁ ବେଳେ ପ୍ରତ୍ୟେକ ଦିନ ପୁଅ ମଦ୍ୟପାନ କରି ମାଆକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥାଏ । 

କିଛି ଦିନ ହେବ ମାଆ ଜନ୍ମୀଙ୍କର ଶରୀର ଅସୁସ୍ଥ ଥିବା ବେଳେ ପୁଅ ମଦ୍ୟପାନ କରି ମାଡ ମାରିବାରୁ ମାଆର ମୃତ୍ୟୁ ହୋଇଥିବା ସନ୍ଦେହ । ଅନ୍ୟ ପକ୍ଷରେ କିଛି ଲୋକ ସହାୟତାରେ ଶବ ସତ୍କାର ପାଇଁ ମଶାଣି ନେଇଥିବା ବେଳେ ଖବର ପାଇ ବାଗଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଛେଣ୍ଡିପଦା ମେଡିକାଲ ପଠାଇଛି। ପୁଅ ସନିଆଁଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ଛାନଭିନ୍ ଜାରିରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The police seized | Argus News