Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୋଲିସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୋଲିସ

ଅର୍ଗସ ବ୍ୟୁରୋ:  ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୋଲିସ । ଗଛ କାଟିବା ପୂର୍ବରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୋଲିସକୁ ଘେରିଲେ ଆଦିବାସୀ । ମାଲକାନଗିରି ଜିଲ୍ଲାରେ  ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ କରାଯାଇଛି । ଗଛ କାଟିବା ଅଭିଯାନରେ ଓର୍କେଲ ପୋଲିସ ଓ dvf ଯବାନ ବାହାରିଥିବାବେଳେ ହଟହଟା ହେବାକୁ ପଡିଛି ।

କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ବାୟାପଡା ଘାଟିରେ ଗଞ୍ଜେଇ ଗଛ କାଟିବା ପାଇଁ ଓର୍କେଲ ଥାନା ର ପୋଲିସ ସହ dvf ଯବାନ ଯାଇଥିଲେ । ଏହି ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଯବାନଙ୍କୁ ଘେରିଥିଲେ ଆଦିବାସୀ । ପରିସ୍ଥିତି ଏପରି ହେଲା ଯେ ପୋଲିସ ଜୀବନ ବିକଳରେ ଘଟଣା ସ୍ଥଳରୁ ଦୌଡି ଦୌଡି ଆସିବାକୁ ବାଧ୍ୟ ହୋଇଥିଲେ । ଏହାସହ ଚାଷଉପଯୋଗୀ ଜମି ଦେବାକୁ ଦାବି କରିଥିଲେ ଆଦିବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The police went to cut down the cannabis tree and The tribals surrounded the police | Argus News