Videos
|
Odisha

ଦୁର୍ଘଟଣା ଶିକାର ହେଲା ପୋଲିଂ ପାର୍ଟି ଗାଡି : ୨ଗୁରୁତର ୧୮ କର୍ମଚାରୀ ଆହତ

Ritu Das
Browse all articles by Ritu Das
·2 years ago·1 min read
ଦୁର୍ଘଟଣା ଶିକାର ହେଲା ପୋଲିଂ ପାର୍ଟି ଗାଡି : ୨ଗୁରୁତର ୧୮ କର୍ମଚାରୀ ଆହତ

ଅର୍ଗସ ବ୍ୟୁରୋ: ପୋଲିଂ ସାରି ଇଭିଏମ ଓ ଭିଭିପାଟ ଧରି ଫେରିବା ବେଳେ କର୍ମଚାରୀଙ୍କ ବସ ଦୁର୍ଘଟଣା। ସମ୍ବଲପୁର ଜମନକିରା ଥାନା ବଡ଼ରମା ବୁଲାଣିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍  । ଏଥିରେ ୧୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି  । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ତେବେ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି  ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଇଭିଏମ, ଭିଭିପାଟ ଓ ଅନ୍ୟ ସରଞ୍ଜାମକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। କେଉଁ କାରଣରୁ ବସ ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ଶନିବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହୋଇଥିବା ବେଳେ ଅନେକ ବୁଥରେ ମତଦାନ ବିଳମ୍ବିତ ହୋଇଥିଲା। ରାତି ୯ଟାରେ କର୍ମଚାରୀମାନେ ପୋଲିଂ ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The polling party vehicle | Argus News