ପୋଖରୀର ଦୂଷିତ ପାଣି ମେଣ୍ଟାଉଛି ଶୋଷ

ବ୍ରହ୍ମପୁର: ଗାଁର ପ୍ରତି ଘର ମୁହଁରେ ସଂଯୋଗ ହୋଇଛି ଟ୍ୟାପ୍, ଗାଁ ମୁହଁରେ ଠିଆ ହୋଇଛି ଲକ୍ଷେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ହେଲେ ଗାଁରେ ମିଳୁନି ବିଶୁଦ୍ଧ ପାଣି । ଗାଁ ପୋଖରୀର ଦୂଷିତ ଜଳକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ପ୍ରତି ଘର ମୁଂହରେ ଠିଆ ହୋଇଛି ଷ୍ଟାଣ୍ଡପୋଷ୍ଟ ହେଲେ ଆସୁନି ପାଣି ଆଉ ପାଣି ପାଇଁ ଗାଁ ପୋଖରୀରେ ମହିଳାଙ୍କ ଜମୁଛି ଭିଡ଼ । ଏ ହେଉଛି ଗଂଜାମ ବେଲଗୁଣ୍ଠା ବ୍ଲକ ବାଣତୁମ୍ବ ଗାଁର ଚିତ୍ର । ସରକାରଙ୍କ ବସୁଧା ଯୋଜନାରେ ଗାଁରେ ନିର୍ମାଣ ହେଲା ପ୍ରକଳ୍ପ । ଗତ ୬ ମାସ ହେଲା ପ୍ରକଳ୍ପ କାର୍ଯ୍ୟ ସରିବା ପରେ ଗାଁକୁ ପାଣି ଆସୁଥିବା ଟେଷ୍ଟ କରାଗଲା ।
କିଛିଦିନ ନିଜ ଘର ମୁଂହରେ ପାଣି ପାଇ ଗ୍ରାମବାସୀ ଖୁବ ଖୁସି ମାତ୍ର ଏ ଖୁସି ଖୁବ କମ ଦିନ ଭିତରେ ଉଭେଇ ଯାଇଛି । ଏବେ ଆଉ ଟ୍ୟାପ ରେ ପାଣି ଆସୁନି । ବିଧାୟକ ଉଦ୍ଘାଟନ କରିବା ର ଦଶ ଦିନ ପରଠୁ ଜଳ ଯୋଗାଣ ବନ୍ଦ ହୋଇ ପଡିଛି । ଅନେକ ଥର ଜଳ ସମସ୍ୟା ଅଭିଯୋଗ ପରେ ଏବେ ଗାଁ ରେ ବସୁଧା ଯୋଜନାରେ ଜଳ ଯୋଗାଇବା ପାଇଁ ବାଣତୁମ୍ବ ଗାଁ ରେ ଏକ କୋଟି 81 ଲକ୍ଷ ଟଙ୍କା ବ୍ୟୟରେ ଜଳପ୍ରକଳ୍ପ ନିର୍ମାଣ କରାଯାଇଛି । ପ୍ରତି ଘରକୁ ପାଇପ ବିଛାଇ ଘର ସମ୍ମୁଖରେ ଟ୍ୟାପ ମଧ୍ୟ ଲଗାଯାଇଛି ହେଲେ କିଛି ଦିନ ପାନିଛାଡିବା ପରେ ହଠାତ କାହିଁକି ଜଳଯୋଗାଣ ବନ୍ଦ କରିଦିଆଯାଇଛି ଏ ସମର୍କରେ କୌଣସି ସୂଚନା ମିଳିନାହିଁ ।
।
ଅଧିକ ପଢନ୍ତୁ ଓଡ଼ିଶା ଖବର