Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଦ୍ଦିନ ଓ ଦୁର୍ବିସହ ଭିତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ଗରିବ ଆଦିବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଦ୍ଦିନ ଓ ଦୁର୍ବିସହ ଭିତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ଗରିବ ଆଦିବାସୀ

ଅର୍ଗସ ବ୍ୟୁରୋ:  କନ୍ଧମାଳ ବାଲିଗୁଡ଼ା ବ୍ଲକ ବାଟାଗୁଡା ପଞ୍ଚାୟତର ଗଦ୍ରିଙ୍ଗିଆ 59 ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତାରୁ ପାଖାପାଖି 4 କିଲୋମିଟର ଦୂରରେ ରହିଛି ଡାବୁଲୁକିଆ। ଗାଁରେ ବିକାଶ ଏବେବି ସାତ ସପନ । ଗାଁକୁ ନାହିଁ ସବୁଦିନିଆ ପକ୍କା ରାସ୍ତା l ଖାଲଖମା ଭରା କଚ୍ଚା ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ବାଟାଗୁଡା ପଞ୍ଚାୟତର ଡ଼ାବୁଲୁକିଆ ଗାଁରେ 43 ଆଦିବାସୀ ସଂପ୍ରଦାୟର ପରିବାର ବସବାସ କରନ୍ତି। କିନ୍ତୁ ଏ ଗାଁରେ କାହାର ବି ସ୍ଥାୟୀ ଜମିବାଡ଼ି ପଟା କି ଜାତିଗତ ପ୍ରମାଣପତ୍ର ନାହିଁ। ଯଦ୍ବାରା ସ୍ଥାନୀୟ ଆଦିବାସୀ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

ଗାଁରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଫେଲ ମାରିଛି।  ଆଜି ବି ଏ ଗାଁ ର ମହିଳା ମାନେ ନାଳ ଓ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଗାଁରେ ଦୁଇ ଦୁଇଟି ନଳକୂପ ଅଛି କିନ୍ତୁ ଏହି ନଳକୂପ ପାଣି ପିଇବା ପାଇଁ ଯୋଗ୍ୟ ନୁହେଁ ତେଣୁ ଲୋକେ ଚୂଆ ଓ କୂଅ ଉପରେ ନିର୍ଭର କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The poor tribals are struggling to survive in conditions | Argus News