Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅବପାତର ରୂପ ନେଲା ଗଭୀର ଅବପାତ

Manini Pattanayak
Browse all articles by Manini Pattanayak
·1 year ago·2 min read
ଅବପାତର ରୂପ ନେଲା ଗଭୀର ଅବପାତ

ଭୁବନେଶ୍ୱର: ଅବପାତର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଗଭୀର ଅବପାତ। ଆଜିଠୁ ରାଜ୍ୟରେ ହଟିଲା ୱାର୍ଣ୍ଣିଙ୍ଗ । କମିବ ବର୍ଷାର ପ୍ରଭାବ। ବର୍ତ୍ତମାନ ଉତ୍ତର ଛତିଶଗଡ଼ରେ ଅବପାତ ସକ୍ରିୟ ରହିଛି। ପ୍ରଭାବରେ ଆସନ୍ତା ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ  ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ସହ କାଁ ଭାଁ ସ୍ଥାନରେ ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ଦେଇଛି ପାଣିପାଗ ବିଭାଗ।  ଆଜି ପାଇଁ ବରଗଡ଼ ଝାରସୁଗୁଡା ଓ  ସୁନ୍ଦରଗଡ ଜିଲ୍ଲା ରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି  ପାଣିପାଗ ବିଭାଗ।ଆସନ୍ତାକାଲି ପାଇଁ ରାଜ୍ୟର  କିଛି କିଛି ସ୍ଥାନରେ  ହାଲୁକରୁ ମାଧ୍ୟମ ଧରଣର ବର୍ଷା ସହ ବାଲେଶ୍ୱର ,ଭଦ୍ରକ, ଯାଜପୁର ,କେନ୍ଦ୍ରାପଡା, କଟକ ଜଗତସିଂହପୁର, ମୟୁରଭଞ୍ଜ ଓ କେନ୍ଦୁଝର ରେ ବିଜୁଳି  ଘଡଘଡି ବର୍ଷାର ସତର୍କତା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ  ବିଭାଗ। ୧୩ ତାରିଖ ଠାରୁ  ବର୍ଷାର ପରିମାଣ ବଢିବ ବିଶେଷ କରି ଉତ୍ତର ଓଡ଼ିଶାରେ ଏହାର ପ୍ରଭା  ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 ଗତ ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ  ପ୍ରବଳରୁ ଅତିପ୍ରବଳ  ବର୍ଷା  ହୋଇଥିବା ନେଲେ ୨୩ଟି  ସ୍ଥାନରେ ପ୍ରବଳ ୩ ଟି ସ୍ଥାନରେ ଅତି ପ୍ରବଳ ଓ ୨ ଟି ସ୍ଥାନରେ  ଅତ୍ୟନ୍ତ ପ୍ରବଳ ବର୍ଷା  ରେକର୍ଡ  କରାଯାଇଛି। ଏହିକ୍ରମରେ  କଳାହାଣ୍ଡିର ଲାଞ୍ଜିଗଡ ରେ ସର୍ବାଧିକ  ୨୩୧.୪ ମିମି ବର୍ଷା  ରେକର୍ଡ କରାଯାଇଛି। ସମ୍ପୂର୍ଣ ରାଜ୍ୟରେ ୬୪ .୦୦ ମିମି ବର୍ଷା ରେକର୍ଡ  ହୋଇଥିବା  ବେଳେ  ବର୍ତ୍ତମାନ  ରାଜ୍ୟରେ  ବନ୍ୟା ସ୍ତିତି ନାହିଁ ବୋଲି  ସୂଚନା  ଦେଇଛି  ପାଣିପାଗ ବିଭାଗ । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୯୩୮. ୭ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୦ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୧୦୦୯.୭  ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୨  ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ବେଳେ ୧ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ  ହୋଇଛି। ୧୬  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The precipitation took the form of deep precipitation | Argus News