Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ରହ୍ମପୁର ବିଶ୍ବବଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

Ritu Das
Browse all articles by Ritu Das
·2 years ago·1 min read
ବ୍ରହ୍ମପୁର ବିଶ୍ବବଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି । ଏହି ଅବସରରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି ଶିକ୍ଷାର ବିକାଶ କ୍ଷେତ୍ରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ୱତନ୍ତ୍ର ସ୍ଥାନ ରହିଛି। ପ୍ରତିଷ୍ଠା ପର ଠାରୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟ । 

ସମସ୍ତ ଡିଗ୍ରିଧାରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଥିଲେ କର୍ତ୍ତବ୍ୟକୁ ପ୍ରତିପାଦନ କର ଉଜ୍ଜଳ ଭବିଷ୍ୟତ ଗଠନକର ଏହି ଭୂମି ସାହିତ୍ୟ କଳା ସଂସ୍କୃତିର ଗନ୍ତାଘର ପୁରାତନ ରାଷ୍ଟ୍ରପତି ଭି ଭି ଗିରି, ପ୍ରଥମ ପ୍ରଧାନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି, ବିଜୁ ପଟ୍ଟନାୟକ, ଚାକରା ବିଶୋୟୀ ପ୍ରମୁଖ ସମସ୍ତଙ୍କୁ ସ୍ମରଣ କରିଥିଲେ । ରାଷ୍ଟ୍ରପତି ମୁର୍ମୁ ବାୟୁ ସେନା ବିମାନ ଯୋଗେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ସକାଳ ପ୍ରାୟ ୧୦ଟା ୨୫ରେ ଅବତରଣ କରିବା ପରେ କଡା ସୁରକ୍ଷା ବଳୟ ଭିତରେ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ୩୫ ଜଣକୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରିଥିଲେ ମହାମହିମ ରାଷ୍ଟ୍ରପତି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ମହାମହିମ ରାଜ୍ୟପାଳ ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ। ସୁରକ୍ଷା ବ୍ୟବସ୍ଥାରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ ସହ ପାରା ମିଲିଟାରୀ ଷ୍ଟାଫ ନିୟୋଜିତ ଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The president attended the | Argus News