Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି 

Odisha

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି 

Manini Pattanayak
Browse all articles by Manini Pattanayak
·2 years ago·1 min read
ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି 

ଭୁବନେଶ୍ୱର: ଭୁବନେଶ୍ୱର ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଭୁବନେଶ୍ୱରରୁ ଦିଲ୍ଲୀ ବାହାରିଲେ  ମହାମହିମ । ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରୁଛନ୍ତି। ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଗତକାଲି ଓଡିଶା ଆସିଥିଲେ। ଆଜି ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 

ତେବେ ଗତକାଲି ରାଜଭବନରେ ପିଲା ଦିନର ସାଙ୍ଗ  ଗୌରୀଙ୍କୁ ସାକ୍ଷାତ କରିଥିଲେ ରାଷ୍ଟ୍ରପତି।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମର ଗୌରୀ ମଲିକ । କୁଷ୍ଣ ସୁଦାମ ପରି ଦୁଇ ସାଙ୍ଗ ପାଠପଢା ସହ ନାଚଗୀତର ଅତୁଟ ସମ୍ପର୍କରେ ଅର୍ଗସ ନ୍ୟୁଜରେ ଆମେ ପୂ୍ର୍ବରୁ ଖବର ପ୍ରକାଶ କରିଥିଲୁ । ଆଉ ଶେଷରେ ଗତକାଲି ରବିବାର ଓଡ଼ିଶା ରାଜଭବନ ପରିସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ପିଲା ଦିନର ସାଙ୍ଗ ଗୌରୀ ମଲ୍ଲିକ । ପୁନର୍ବାର ମହାମହିମ ରାଷ୍ଟ୍ରପତି ତାଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇଥିବା ଗୌରୀ କହିଛନ୍ତି । ସେହିପରି ଫେରିବାବେଳେ ଗୌରୀଙ୍କୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ବନ୍ଧେଇ ହୋଇଥିବା ବଡ଼ ପଟ୍ଟଚିତ୍ର ସହ ଦାମୀ ଶାଢ଼ୀ ଉପହାର ଦେଇଥିବା ଗୌରୀ କହିଛନ୍ତି । ସେହିପରି ଏହି ଭେଟଘାଟ ପାଇଁ ଗଣମାଧ୍ୟମ ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଗୌରୀ । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The President came to Odisha to attend the Paradip Boit bandana | Argus News