Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ପତାକା ଦେଖାଇ ସୁସଜ୍ଜିତ ବୋଇତର ଶୁଭାରମ୍ଭ କରିଛନ୍ତି । ଏହାପରେ ବୋର୍ଟରେ ଜଳଯାତ୍ରା କରିଥିଲେ ମହାମହିମ । ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ  ସାମିଲ୍ ଅଛନ୍ତି ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଏହି କାର୍ଯ୍ୟକ୍ରମ ପରେ ପାରାଦୀପ ନେହେରୁ ବଙ୍ଗଳାରେ ମତ୍ସ୍ୟଜୀବୀଙ୍କୁ ସାକ୍ଷାତ କରିବେ ମହାମହିମ । ତେବେ ଆଜି ପାରାଦୀପରେ ପହଞ୍ଚିବା ପରେ କାରକେଡରୁ ଓହ୍ଲାଇ ଚାଲି ଚାଲି ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାସ୍ତାକଡ଼ରେ ଛିଡା ହୋଇଥିବା କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ମାଡ୍ୟାମ୍ । ପାରାଦୀପରୁ ପ୍ରାୟ 6 ଘଣ୍ଟାର ରହଣି ପରେ ଭୁବନେଶ୍ବର ଫେରି ସୋମବାର ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ସପ୍ତାହକ ମଧ୍ୟରେ ଏହା ରାଷ୍ଟ୍ରପତିଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ । ଗତ ସପ୍ତାହରେ ନିଜ ମାତୃଭୂମି ମୟୂରଭଞ୍ଜ ସମେତ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମହାମହିମ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The President distributed chocolates to children | Argus News