Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଙ୍ଗ ଲଗାଇ ପୂର୍ବ ବିଜେଡି ସରକାର କରିଥିଲେ ଅର୍ଥ ଆତ୍ମସାତ୍ 

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରଙ୍ଗ ଲଗାଇ ପୂର୍ବ ବିଜେଡି ସରକାର କରିଥିଲେ ଅର୍ଥ ଆତ୍ମସାତ୍ 

Key Points

  • 5T ସ୍କୁଲ ରୂପାନ୍ତରୀକରଣ ନାଁରେ କୋଟି କୋଟି ଟଙ୍କା ଲୁଟ୍
  • କେବଳ ରଙ୍ଗ ଲଗାଇ ପୂର୍ବ ବିଜେଡି ସରକାର କରିଥିଲେ ଅର୍ଥ ଆତ୍ମସାତ୍ 
  • 5Tରୁ ଗୋଟିଏ Tରେ ଟିମ୍‌ ୱାର୍କରେ ହେଉଥିଲା ଲୁଟ୍‌
  • ଦୁର୍ନୀତିର ପୁଳା ପୁଳା ପ୍ରମାଣ ଆସିଲା ସାମନାକୁ 

ଅର୍ଗସ ବ୍ୟୁରୋ:  କେଉଁଠି କାନ୍ଥରୁ ରଙ୍ଗ ଛାଡିଗଲାଣି ତ କେଉଁଠି କାନ୍ଥରେ ଅଙ୍କା ଯାଇଥିବା ଚିତ୍ର ଲିଭିବାକୁ ବସିଲାଣି । କେବଳ ସେତିକି ନୁହେଁ କେଉଁଠି ସିଲିଂ ପଡିଗଲାଣି ତ କେଉଁଠି ଛାତରୁ ପ୍ଲାଷ୍ଟର ଖସି ଗଲାଣି । ନିମ୍ନମାନର ଉପକରଣ ଲଗାଇଥିବାରୁ ଅଚଳ ହୋଇ ପଡିଲାଣି ଅନେକ ସାମଗ୍ରୀ । ଏ ଦୃଶ୍ୟ ହେଉଛି ପୂର୍ବ ବିଜେଡି ସରକାର ସମୟରେ ସୁବର୍ଣ୍ଣପୁର ଜିଲ୍ଲାରେ ରୂପାନ୍ତରଣ ହୋଇଥିବା ସ୍କୁଲର । ନିମ୍ନମାନର କାମ କରି ମାଲେମାଲ ହେଲେ ଠିକାଦାର, ଯନ୍ତ୍ରୀଙ୍କ ଠାରୁ ନେଇ ନେତା ମନ୍ତ୍ରୀ ପର୍ଯ୍ୟନ୍ତ । ଆଉ ସ୍କୁଲର ଏ ଅବସ୍ଥା । ଯାହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାବାସୀ କରିଛନ୍ତି ଦାବି ।

ସରକାରୀ ତଥ୍ୟ ଅନୁସାରେ- 5T ରୂପାନ୍ତରୀକରଣ ଯୋଜନାରେ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୧୧ଟି ସ୍କୁଲ ପାଇଁ ଆସିଥିଲା ୫ କୋଟି ୨୮ ଲକ୍ଷ ଟଙ୍କା । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୪୧ ବିଦ୍ୟାଳୟ ପାଇଁ ୧୯ କୋଟି ୬୮ ଲକ୍ଷ, ତୃତୀୟ ପର୍ଯ୍ୟାୟରେ ୪୬ ବିଦ୍ୟାଳୟ ପାଇଁ ୨୦ କୋଟି ୭୦ ଲକ୍ଷ ଓ ଚତୁର୍ଥ ପର୍ଯ୍ୟାୟରେ ୧୦ କୋଟି ୮୦ ଲକ୍ଷ ଟଙ୍କା । ତା ସହିତ ଅନ୍ୟାନ୍ୟ ଯୋଜନରୁ ମଧ୍ୟ ବିଦ୍ୟାଳୟଗୁଡ଼ିକରେ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୂର୍ବ ବିଜେଡି ସରକାର । ହେଲେ ଆଶ୍ଚର୍ଯ୍ୟର କଥା ଜିଲ୍ଲାରେ ୫୬ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ, କୌଣସି ସ୍କୁଲର ଅବସ୍ଥା ଠିକ ନାହିଁ ।

5T ନାଁରେ ହରିଲୁଟ କରୁଥିଲେ ପୂର୍ବ ସରକାର । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବଦଳରେ ନିଜ ପକେଟ ଗରମ କରିବାରେ ବ୍ୟସ୍ତ ଥିଲେ ସରକାରୀ ବାବୁମାନେ । ଏବେ ଏହାର ବିଧିବଦ୍ଧ ତଦନ୍ତ ହେବା ସହିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The previous BJD government made the money by putting on 5t school color | Argus News