Videos
|
Odisha

ବାତ୍ୟା ନିରୋଧ ବାସଗୃହ ଦେବେ କହି ଠକିଦେଇଥିଲେ ପୂର୍ବ ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
ବାତ୍ୟା ନିରୋଧ ବାସଗୃହ ଦେବେ କହି ଠକିଦେଇଥିଲେ ପୂର୍ବ ସରକାର

ଭୁବନେଶ୍ୱର:  ଫାଇଲିନ ବିପନ୍ନଙ୍କ ସହ ବଡ ଚଞ୍ଚକତା । 10 ବର୍ଷ ହେବ ଠକୁଥିଲେ ବିଜେଡି ସରକାର । ବାତ୍ୟା ନିରୋଧ ବାସଗୃହ ଦେବେ କହି ଠକିଦେଇଥିଲେ ପୂର୍ବ ସରକାର । ବିପନ୍ନଙ୍କ ପାଇଁ ଆସିଥିବା 190 କୋଟିରୁ 100 କୋଟି ବାଣ୍ଟି ପାରିଲେନି । କୃଷ୍ମ ପ୍ରସାଦ  ବ୍ଲକ ଚିଲିକା କୁଳରେ ଥିବା ଜହ୍ନିବୁଡି ଗାଁ। ଗାଁର 33 ପରିବାରରୁ 25 ଜଣ ରହୁଛନ୍ତି ଏମିତି ଚାଳ ଛପର ପଲିଥିନି ଟଣା କୁ଼ଡିଆ ଘରେ। 2013ରେ ଆସିଥିବା ଫାଇଲିନ ବାତ୍ୟାରେ ଏମାନେ ସର୍ବସ୍ବ ହରାଇଥିଲେ। ସେତେବେଳେ ବିଶ୍ବବ୍ୟାଙ୍କ ସହାୟତାରେ ବାତ୍ୟା ନିରୋଧ ବାସଗୃହ ପାଇଁ 3 ଲକ୍ଷ ଟଙ୍କା ଲେଖାଁଏ ମିଳିବ ବୋଲି କହିଥିଲେ ସରକାର..  ଆସିଥିଲା 190 କୋଟି ଟଙ୍କା. ହେଲେ ହିତାଧିକାରୀଙ୍କୁ କେବଳ 90 କୋଟି ଟଙ୍କା ଦେଇଛନ୍ତି।  100 କୋଟି ଟଙ୍କା ବାଣ୍ଟି ପାରି ନାହାଁନ୍ତି। ଏହା ଭିତରେ 10 ବର୍ଷ ବିତିଗଲାଣି। ଫାଇଲିନ ଯାଇ ଫନି ବାତ୍ୟା ବି ଗଲାଣି । ପଞ୍ଚାୟତ ନିର୍ବାଚନ ଯାଇ ସାଧାରଣ ନିର୍ବାଚନ ବି ଗଲାଣି ହେଲେ ବିପନ୍ନଙ୍କୁ ମିଳିଲାନି ସହାୟତା ରାଶି। ଅର୍ଗସ ନ୍ୟୁଜ ମହାପଞ୍ଚାୟତରେ  ବିଜେଡି ସରକାରର ପାତର ଅନ୍ତର କଥା କହି ବିଷ ଓଗାଳିଛନ୍ତି ହିତାଧିକାରୀ।


ଘର ଖଣ୍ଡେ  ପାଇଁ ସରକାରୀ ଅଫିସ ଦଉଡି ଦଉଦି ନୟାନ୍ତ ହେବା ପରେ ଏମାନେ ବାଧ୍ୟ ହୋଇ ଆନ୍ଦୋଳନର ରାସ୍ତା ବାଛିଥିଲେ। ତହସିଲ ଅଫିସ ଘେରାଉ ଠାରୁ ଆରମ୍ଭ କରି ଚିଲିକାରେ ଜଳ ସତ୍ୟାଗ୍ରହ ବି କରିଥିଲେ ତଥାପି ଶୁଣିଲେ ନି ସରକାର କି ଶୁଣିଲାନି ପ୍ରଶାସନ.. କିଛି ହିତାଧିକାରୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ.. କୋର୍ଟଙ୍କ ନିର୍ଦ୍ଦେଶ ପରେ ବିପନ୍ନଙ୍କୁ ମିଳିନି ଘର । ସରକାର ପରିବର୍ତ୍ତନ ହୋଇଛି, ନୂଆ ବିଧାୟିକା କହିଛନ୍ତି  ବିପନ୍ନଙ୍କ ଅପେକ୍ଷାର ଅନ୍ତ ହେବ, ଶିଘ୍ର ମିଳିବ ସହାୟତା।  ଫାଇଲିନରେ ସବୁଠି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଂଞ୍ଜାମ, ପୁରୀ ଓ ଖୋର୍ଦ୍ଦା.. ସେତେବେଳେ ସମୁଦ୍ର ଓ ଚିଲିକା କୁଳରୁ 5 କିଲୋମିଟର ଦୁରରେ ଥିବା ସବୁ ପ୍ରଭାବିତଙ୍କୁ ବାତ୍ୟା ନିରୋଧ ବାସଗୃହ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ପୂର୍ବ ସରକାର.. ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ପୂର୍ବରୁ ଘର ଦେବେ କହି ଭୋଟ ବି ମାଗିଲେ।  ହେଲେ 10 ବର୍ଷ ପରେ 2 ହଜାରରୁ ଅଧିକ ବିପନ୍ନଙ୍କୁ ଏବେ ବି ମିଳିନି ଘର। ଏବେ  ସରକାର ପରିବର୍ତ୍ତନ ହେବା ପରେ   ଅପେକ୍ଷା କେବେ ହେବ ଏମାନଙ୍କ ଭାଗ୍ୟରେ ପରିବର୍ତ୍ତନ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: