Videos
|
Odisha

ପ୍ରତିଶ୍ରୁତି ଦେଇ ଠକିଦେଲେ ପୂର୍ଵ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରତିଶ୍ରୁତି ଦେଇ ଠକିଦେଲେ ପୂର୍ଵ ସରକାର

ଅର୍ଗସ ବ୍ୟୁରୋ:  କେନ୍ଦ୍ରାପଡା ଜିଲ୍ଳା ମହାକାଳପଡ଼ା ବ୍ଲକର ଜମ୍ବୁ  ଗ୍ରାମପଂଚୟତ । ଆଖପାଖ ଅଞ୍ଚଳର ୧୪ ହଜାରରୁ ଅଧିକ ସଂଖ୍ୟକ ଜନବସତି ବାସ କରୁଥିଵା ଏହି ପଞ୍ଚାୟତର ଲୋକ ଜୀବନ ଜୀବିକା ପାଇଁ ନିର୍ଭର କରିଥାନ୍ତି ଜମ୍ବୁ ଫେରିଘାଟ ଉପରେ। ସେତୁ  ନଥିଵାରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଵ୍ୟଵସାୟୀ ମାନେ  ଡଙ୍ଗାରେ ଵସି ନଦୀ ପାର କରନ୍ତି। ଡଙ୍ଗୋରେ ଅତିରିକ୍ତ ଭାର ନେଇ ଵିପଦଜନକ ପରିସ୍ଥିତିରେ ନଦୀ ଆରପାର କରନ୍ତି ଗ୍ରାମଵାସୀ ।

ସେତେବେଳେର ବିଧାୟକ ନଳିନୀ କାନ୍ତ ମହାନ୍ତି ଦୁଇଥର ବିଧାୟକ ହୋଇଥାଏ ଜମ୍ବୁ ସେତୁ ପାଇଁ ଶୁଭ ଦେଇଥିଲେ ମଧ୍ୟ ପୋଲ ନିର୍ମାଣ କରିପାରିନଥିଲେ। ପରେ ଅତନୁ ସବ୍ୟସାଚୀ ନାୟକ ୩ଥର ବିଧାୟକ ଓ ଗୁରୁତ୍ତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ସେତୁ ନିର୍ମାଣ ହୋଇ ପାରିଲାନି। ତେବେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭରଚୁଆଲ ଜରିଆରେ ଜମ୍ବୁ ସେତୁର ଶୁଭ ଶିଳାନ୍ୟାସ ହୋଇଛି। ହେଲେ  ବିଜେଡ଼ି ଶାସନର ୨୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲଟିଏ ତିଆରି ହୋଇ ପାରିନାହିଁ। ବର୍ଷବର୍ଷ ଧରି ଜମ୍ବୁ ପୋଲ ଅପେକ୍ଷାରେ ଅଞ୍ଚଳବାସୀ। ସେତୂ ନିର୍ମାଣ ହେଲେ ଗାଁର ବିକାଶ ସହିତ ଅଞ୍ଚଳର  ବିକାଶ ହେବ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The previous government cheated on promises | Argus News