Videos
|
Odisha

ଲୋକଙ୍କ ମୁଣ୍ଡରେ ଚଡକ ପକାଇଛି ପରିବା ଦର 

Manini Pattanayak
Browse all articles by Manini Pattanayak
·2 years ago·1 min read
ଲୋକଙ୍କ ମୁଣ୍ଡରେ ଚଡକ ପକାଇଛି ପରିବା ଦର 

ଭୁବନେଶ୍ୱର:  ପରିବା ଦର ଲୋକଙ୍କ ମୁଣ୍ଡରେ ଚଡକ ପକାଇଥିବା ବେଳେ ଦରଦାମ ନିୟନ୍ତ୍ରଣ ପାଇଁ ଆକ୍ସନ ମୁଡ୍‌ରେ ଯୋଗାଣ ମନ୍ତ୍ରୀ। କାହିଁକି ବଢୁଛି ଦର, କେଉଁଟି ରହୁଛି ଅସୁବିଧା.. ଏ ନେଇ  ରାଜ୍ୟ ବ୍ୟବସାୟୀ ମହାସଂଘର ରିଟେଲର ଏବଂ ହୋଲସେଲର ମାନଙ୍କ ସହ ଗୁରୁତ୍ବପୂର୍ଣ ବୈଠକ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

 ବର୍ତ୍ତମାନ ବଜାରରେ ପନିପରିବାର ପାଇକାରୀ ଦାମ୍ କମ୍ ଥିଲେ ମଧ୍ୟ ଚାରି ଥାକିଆ ବିକ୍ରି ବ୍ୟବସ୍ଥା ଯୋଗୁଁ ଦର ଦାମ ନିୟନ୍ତ୍ରଣ ବାହାରେ ରହୁଛି । ଏଥିରେ ସୁଧାର ଆଣିବାକୁ କଟକ ଓ ଭୁବନେଶ୍ୱର ସହ ସବୁ ଜିଲ୍ଲା ରେ ପରିବା ମଣ୍ଡି ଖୋଲାଯିବ । ମଣ୍ଡିରେ କେଉଁ ପରିବାର ଦର କେତେ ରହିଛି ତାର ରେଟ୍ ଚାର୍ଟ ଲାଗିବ। ଯାହା ଉପରେ ସରକାର ନିଜର ରଖିବେ। ଏଥିସହ କୃଷି ଉତ୍ପାଦବୃଦ୍ଧି ପାଇଁ କୃଷି ଓ କୃଷକମାନଙ୍କୁ ଦିଆଯିବ ପ୍ରୋତ୍ସାହନ ।  
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the price hike vegetable in odisha | Argus News