Videos
|
Odisha

ରସୁଣ ଦର ୧୦୦ କି ୨୦୦ ନୁହଁ କେଜି ଏବେ ୪୫୦

Manini Pattanayak
Browse all articles by Manini Pattanayak
·2 years ago·1 min read
ରସୁଣ ଦର ୧୦୦ କି ୨୦୦ ନୁହଁ କେଜି ଏବେ ୪୫୦

ଭୁବନେଶ୍ୱର: ରସୁଣର ଗରମରେ ସିଝି ଗଲେଣି ଗ୍ରାହକ । କାରଣ କେଜି ପ୍ରତି ଦର ୪୫୦ ଛୁଇଁଲାଣି । ରସୁଣର ଅହେତୁକ ମୂଲ୍ୟ ବୃଦ୍ଧି ଏବେ ଗ୍ରାହକଙ୍କ ପକେଟକୁ ବାଧୁଛି । ସପ୍ତାହେ ତଳେ କଟକ ଛତ୍ର ବଜାରରେ ରସୁଣ କେଜି ୨୦୦ ରୁ ୨୫୦ ଟଙ୍କା ଥିବାବେଳେ , ଏବେ ୩୮୦ ରୁ ୪୦୦ ଟଙ୍କା ରହିଛି । ଆଉ ଛୋଟ ଦୋକାନ ଗୁଡିକରେ ତାହା ୪୪୦ ଟଙ୍କାରେ ବିକ୍ରି ହେଉଛି । ସାଧାରଣତଃ ରସୁଣ ପାଇଁ ଉତ୍ତରପ୍ରଦେଶ ଓ ଇନ୍ଦୋର ଉପରେ ନିର୍ଭର କରିବାକୁ ପଡିଥାଏ । ଏଥର ଅଦିନିଆ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଛି ।

ଉତ୍ପାଦନ କମ ରହୁଥିବାରୁ ଆମଦାନୀ ମଧ୍ୟ କମ୍‌ ରହୁଛି । କଟକ ଛତ୍ର ବଜାରରେ ଦୈନିକ ୨ରୁ ୩ ଗାଡ଼ି ରସୁଣ ଆସୁଥିବା ବେଳେ ଏବେ ଗୋଟେ ଗାଡ଼ି ଆସୁଛି । ଏଭଳି ସ୍ଥିତି ପ୍ରାୟ ମାସେ ରହିବ ବୋଲି କହିଛନ୍ତି ବ୍ୟବସାୟୀ । 

ରସୁଣର ଏ ଦର ବୃଦ୍ଧି ଏବେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ରୋଷେଇ ଘରେ ମଧ୍ୟ ଏହାର ପ୍ରଭାବ ପଡିଛି ।  ଖୁଚୁରା ବ୍ୟବସାୟୀ ବି ଏହାଦ୍ବାରା ପ୍ରଭାବିତ ହେଉଛନ୍ତି । ପୂର୍ବରୁ ଗ୍ରାହକ ଜଣଙ୍କ ୨୫୦ ଗ୍ରାମ ନେଉଥିବା ବେଳେ, ଏବେ  ୫୦ ଗ୍ରାମରେ ସୀମିତ ରହୁଛନ୍ତି । ନୂଆ ଫସଲ ଆମଦାନୀ ହେଲା ପରେ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ଓ ଗ୍ରାହକ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: