Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ହୁହୁ ହୋଇ ବଢୁଛି ଆଳୁ, ପିଆଜ ଦର

Odisha

ହୁହୁ ହୋଇ ବଢୁଛି ଆଳୁ, ପିଆଜ ଦର

Manini Pattanayak
Browse all articles by Manini Pattanayak
·2 years ago·2 min read
ହୁହୁ ହୋଇ ବଢୁଛି ଆଳୁ, ପିଆଜ ଦର

ଭୁବନେଶ୍ୱର: ପରିବା ହାଟରେ ନିଆଁ, ହୁହୁ ହୋଇ ବଢୁଛି ଆଳୁ ପିଆଜ ଦର । ସମୀକ୍ଷା ପରେ ମନ୍ତ୍ରୀ କହିଲେ ଉତ୍ପାଦନସ୍ଥଳରେ ବଢିଛି ଦରଦାମ୍ । ହୋର୍ଡିଂ, କଳାବଜାର ଉପରେ ସରକାରଙ୍କ ନଜର । 25 ବର୍ଷରେ ଫେଲ୍ ମାରିଛି ଆଳୁ, ପିଆଜ ମିଶନ ସହ କୃଷି ଉତ୍ପାଦନ ବୃଦ୍ଧି । କୃଷକ ସମୃଦ୍ଧ ଯୋଜନାରେ ଆସିବ ଶୀତଳ ଭଣ୍ଡାର, ଜଳସେଚନ, ବଜାର ସୁବିଧା ।  ବେଲଗାମ୍ ପରିବାର ଦର । ମୁଣ୍ଡରେ ହାତ ଦେଲେଣି ଗ୍ରାହକ । ବଜାରରେ ଆଳୁ, ପିଆଜ ଦର ଆକାଶ ଛୁଆଁ ଥିବାବେଳେ ଦରବୃଦ୍ଧିର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ନାଶିକରେ ପିଆଜ ଦର ବଢ଼ିଥିବାରୁ ଏଭଳି ସ୍ଥିତି ଉପୁଜିଛି । ନାଶିକରୁ ପିଆଜ ୩୪ ଟଙ୍କାରେ ଆସୁଥିବାବେଳେ ପରିବହନ ଖର୍ଚ୍ଚ ମିଶି କେଜି ପ୍ରତି ୪୦ ଟଙ୍କା ପଡିଯାଉଛି । ଫଳରେ ଖୁଚୁରା ବଜାରରେ ଦର ଟିକେ ଉଚ୍ଚା ରହିଛି ।  ସେହିପରି ଆଳୁ ଲାଗି ଆସାମ ଓ ପଶ୍ଚିମବଙ୍ଗ ଉପରେ ଓଡ଼ିଶା ନିର୍ଭର ଥିବାରୁ ସେଠାରେ ଦର ବଢ଼ିବାରୁ ଆମ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।   ଅନାବଶ୍ୟକ ହୋର୍ଡିଂ ଉପରେ ନଜର ରଖାଯାଇଛି ।.. କୌଣସି ସ୍ଥାନରେ କଳାବଜାରୀ ଘଟଣା ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ଅନ୍ୟପଟେ ଟମାଟୋ ଓ ଅନ୍ୟ ପରିବା ଦରବୃଦ୍ଧି ଉପରେ ମନ୍ତ୍ରୀ କହିଛନ୍ତି, ଆଗକୁ ରାଜ୍ୟର ସବୁ ବ୍ଲକରେ ଶୀତଳଭଣ୍ଡାର ଖୋଲାଯିବ  ।

ଖୁବ୍ ଶୀଘ୍ର ରାଜ୍ୟରେ କୃଷକ ସମୃଦ୍ଧ ଯୋଜନା ଲାଗୁ କରିବାକୁ ଯାଉଛି ବିଜେପି ସରକାର । ଯେଉଁଥିରେ କୃଷି ଓ କୃଷକଙ୍କ ସମୃଦ୍ଧି ପାଇଁ 4ଟି ଦିଗ ଉପରେ ପ୍ରାଧାନ୍ୟ ଦିଆଯିବ । ଜଳସେଚନ, ଶୀତଳ ଭଣ୍ଡାର, କୃଷି ଆଧୁନିକୀକରଣ, ଚାଷୀଙ୍କ ପାଇଁ ବଜାର ବ୍ୟବସ୍ଥା ।  ତେବେ କୃଷି ସମୃଦ୍ଧି ଯୋଜନା ଆସିବା ପରେ କୃଷକଙ୍କ  ସମସ୍ୟାର ସମାଧାନ ହେବ ବୋଲି ଲୋକଙ୍କ ଆଶା। ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବାକୁ  2014ରେ ନିଜ ଇସ୍ତାହାରରେ କହିଥିଲା ବିଜେଡି। ହେଲେ 2019 ଯାଇ 24 ନିର୍ବାଚନ ଗଲା ହେଲେ କହିଥିବା କଥା ରଖିପାରିଲାନି ବିଜେଡି ସରକାର।

314 ବ୍ଲକ ତ ଦୁର କଥା ରାଜ୍ୟରେ ଥିବା 133 ଶୀତଳଭଣ୍ଡାରରୁ 97 ଅଚଳ.. 36ଟି କାର୍ଯ୍ୟକ୍ଷମ ଥିବା ବିଧାନସଭାରେ କହିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ...ଗୋଟିଏ ପଟେ ଶୀତଳ ଭଣ୍ଡାର ଅଭାବ ଅନ୍ୟପଟେ ଉତ୍ପାଦନ ବେଳେ ଅଭାବି ବିକ୍ରି। ଆଉ ଏହାର ପରିଣାମ ଭୋଗୁଛି ଚାଷୀ। ଆପଣଙ୍କ ସାମନାରେ ଦୁଇଟି ଚିତ୍ର ଗୋଟିଏ ବରଗଡର ଅନ୍ୟଟି କେନ୍ଦୁଝରର। ବଜାର ସୁବିଧା ନଥିବାରୁ କୋବି ବିଲରେ ବନ୍ଧାକୋବିକୁ ଟ୍ରାକ୍ଟର ଚଢାଇ ନଷ୍ଟ କରୁଛି ଚାଷୀ।  ଆଉ ଟମାଟୋ ଅଭାବିବିକ୍ରିର ଅଭିନବ ପ୍ରତିବାଦ କରୁଛି ଚାଷୀ।  କୃଷି କାର୍ଯ୍ୟାଳୟ ଆଗରେ ଢାଳୁଛି ଝାଳବୁହା ଫସଲ।  ଆଳୁ, ପିଆଜ ଉତ୍ପାଦନ ବୃଦ୍ଦି ପାଇଁ ବିଜେଡି ସରକାର କରିଥିବା ଉଭୟ ଆଳୁ ଓ ପିଆଜ ମିଶନ ଫେଲ ମାରିଥିଲା।  ତେବେ  ଲୋକଙ୍କ ଆଶା କୃଷି ସମୃଦ୍ଦି ଯୋଜନା ଆସିବା ପରେ 24 ବର୍ଷରେ ଯାହା ସମ୍ଭବ ହୋଇନଥିଲା ଏ 5 ବର୍ଷରେ ସମ୍ଭବ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର

Argus Whatsapp Channel Mobile Top
Sponsored
The prices of potatoes and onions are increasing | Argus News