ସତ ହେଲା ସପନ, ଜିଲ୍ଲାରୁ ଗଡ଼ିଲା ଟ୍ରେନ

ଅର୍ଗସ ବ୍ୟୁରୋ : ସତ ହେଲା ସପନ । ଜିଲ୍ଲାରୁ ଗଡ଼ିଲା ପ୍ରଥମ ଟ୍ରେନ । କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଦେବା ସହ ମୋଦି ହେ ତୋ ମୁନକିନ ହେ କହିଲେ ଜିଲ୍ଲାବାସୀ । ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ସମ୍ବଲପୁର ଗସ୍ତ ସମୟରେ ଭିସି ଜରିଆରେ ଖୋର୍ଦ୍ଧା ରୋଡ଼- ବଲାଙ୍ଗିର ରେଳ ପ୍ରକଳ୍ପର ସୋନପୁର - ଝାରତରଭା ସେକାସନ୍ ଶୁଭାରମ୍ଭ କରିଥିବାବେଳେ ସୋନପୁର ରୁ ପୁରୀକୁ ପ୍ରଥମ ଟ୍ରେନର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଯାହାକୁ ନେଇ ଜିଲ୍ଲାବାସୀ ବେସ୍ ଖୁସି ଅନୁଭବ କରି ଥିବାବେଳେ ପ୍ରଧାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଦୀର୍ଘ ଦିନ ଧରି ଚାଲିଥିବା ଆନ୍ଦୋଳନର ଆଜି ସଫଳତା ପାଇଛୁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ଆଜି ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସ ଲୋକାର୍ପିତ ହୋଇଛି । ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି, ଶୈଳଶ୍ରୀ ରାଜପ୍ରାସାଦର ସ୍ଥାପତ୍ୟ ଦ୍ବାରା ଅନୁପ୍ରାଣିତ ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଅଧିକ ପଢନ୍ତୁ : ଯେଉଁ ପ୍ରକଳ୍ପକୁ ଆମ ସରକାର ଆରମ୍ଭ କରେ, ସେହି ପ୍ରକଳ୍ପକୁ ଲୋକାର୍ପଣ ମଧ୍ୟ କରେ : ଧର୍ମେନ୍ଦ୍ର ପ୍ରଧାନ
📱 Get Argus News App
✨ସେ ଏହି ଅଞ୍ଚଳରେ ରେଳ ନେଟୱାର୍କର କ୍ଷମତା ବୃଦ୍ଧି କରି ସମ୍ବଲପୁର-ତାଳଚେର ଦୋହରୀକରଣ ରେଳଲାଇନ ଏବଂ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥର ଝାରତରଭା-ସୋନପୁର ନୂତନ ରେଳଲାଇନକୁ ଦେଶକୁ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ପ୍ରଦର୍ଶନ କରି ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ହେଡ୍ ପୋଷ୍ଟ ଅଫିସ୍ ହେରିଟେଜ୍ ବିଲଡିଂକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ।