Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଞ୍ଚରେ ଏହି ମହିଳାଙ୍କୁ ଦେଖି ହାତ ଯୋଡିଲେ ପ୍ରଧାନମନ୍ତ୍ରୀ...

Odisha

ମଞ୍ଚରେ ଏହି ମହିଳାଙ୍କୁ ଦେଖି ହାତ ଯୋଡିଲେ ପ୍ରଧାନମନ୍ତ୍ରୀ...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମଞ୍ଚରେ ଏହି ମହିଳାଙ୍କୁ ଦେଖି ହାତ ଯୋଡିଲେ ପ୍ରଧାନମନ୍ତ୍ରୀ...

ଅର୍ଗସ ବ୍ୟୁରୋ:  କିଏ ଏହି ମହିଳା ? ଯାହାଙ୍କୁ ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ହାତ ଯୋଡି ମୁଣ୍ଡିଆ ମାରିଥିଲେ। ବହ୍ମପୁର  କନିଷି ପଡିଆରେ  ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ହଜାର ହଜାର ସମର୍ଥକ ଏବଂ ଶୁଭେଚ୍ଛୁ । ଏହି ସମୟରେ ମଞ୍ଚ ଉପରେ ଜଣେ ସାଧାସିଧା ମହିଳା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଛିଡା ହୋଇଥିଲେ। ମୋଦିଙ୍କୁ ଦେଖୁ ଦେଖୁ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଯାଇ ତାଙ୍କୁ ମୁଣ୍ଡିଆ ମାରିଥିଲେ। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମଧ୍ୟ ମହିଳାଙ୍କୁ ହାତ ଯୋଡି ନମସ୍କାର କରିଥିଲେ। ଏବେ ଆପଣ ଭାବୁଥିବେ କିଏ ଏହି ମହିଳା ? ଯାହାଙ୍କୁ ନେଇ ଏତେ ଚର୍ଚ୍ଚା ଜୋର ଧରିଛି। ମହିଳାଙ୍କ ନାମ ହେଉଛି କୁମାରି ବେହେରା। ସେ ଜଣେ ସମାଜସେବୀ।

ତତ୍‌ ସହିତ ମହିଳା ଜଣଙ୍କ କୌଣସି ଗର୍ଭବତୀ ମହିଳା ହୁଅନ୍ତୁ ଅବା କେହି ରୋଗୀ ହୁଅନ୍ତୁ, ମହିଳା ଜଣଙ୍କ ବିନା ମୂଲ୍ୟ, ବିନା ଦ୍ୱିଧାରେ ସେବା କରିବା ପାଇଁ ଆଗେଇ ଆସନ୍ତି। ଅନେକ ଜଣଙ୍କୁ ସାହାଯ୍ୟ କରିଛନ୍ତି। ଏହାସହ ମହିଳା ଜଣଙ୍କ ମତ୍ସଜୀବୀ ଜାତିର ହୋଇଥିବାରୁ ସେମାନଙ୍କୁ ମଧ୍ୟ ଖୁବ ସାହାଯ୍ୟ କରନ୍ତି। କାହାଛୁଆ ଭଲରେ ପାଠ ପଢ଼ିପାରିବ ଏଭଳି ଭାବରେ ଅନେକ ସମାଜସେବା କରନ୍ତି ମହିଳା ଜଣଙ୍କ। ଏଭଳି ଜଣେ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଭାରେ ଦେଖି ସମସ୍ତେ ଖୁବ ଗର୍ବ ଅନୁଭବ ସହ ଖୁସି ହୋଇଛନ୍ତି। ମହିଳା ଜଣଙ୍କ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଖି କହିଛନ୍ତି, ଯେ ଏହା ମୋର ଅମୃତ ବେଳା ଥିଲା ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲି। ମୋଦିଙ୍କୁ ଦେଖି ଖୁବ ଆନନ୍ଦ ଲାଗୁଥିଲା। ପ୍ରଧାନମନ୍ତ୍ରୀ ବ୍ରହ୍ମପୁରବାସୀଙ୍କୁ ଯାହା କହିଛନ୍ତି, ନିଶ୍ଚିତ ଭାବରେ ଏଥର ପରିବର୍ତ୍ତନ ହେବ ଏବଂ ଓଡିଶାବାସୀ ଚାହିଁଲେ ଏଥର ଡବଲ ଇଞ୍ଚିନ ସରକାର ହେବ। ସେ ପାଣ୍ଡିଆନ ଯେଉଁଠୁ ଆସିଛି ତାକୁ ସେଠାକୁ ପଠେଇବେ ଓଡିଶାବାସୀ ବୋଲି ମହିଳା ଜଣଙ୍କ କହିଛନ୍ତି। 

ଆଜି ବ୍ରହ୍ମପୁର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର କନିଷି ପଡ଼ିଆରେ ପ୍ରଧାନମନ୍ତ୍ରୀ ବିଜୟ ସଂକଳ୍ପ ସମାବେଶ ଉଦବୋଧନ ଦେଇଥିଲେ । ଏଥିପାଇଁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଭିଡ଼ ମଧ୍ୟ ଜମିଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଦକ୍ଷିଣ ଓଡିଶାରେ ଦେଖାଦେଇଥିଲା ଉତ୍ସାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The Prime Minister bowed after seeing this woman on stage | Argus News