ସୁଭଦ୍ରା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ: ସୁଭଦ୍ରା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ହାତରେ ମୋଦିଙ୍କ ଜନ୍ମଦିନରେ ମହିଳାଙ୍କ ବ୍ୟାଙ୍କ ଖାତାରେ ପହଁଞ୍ଚିବ ପ୍ରଥମ କିସ୍ତି । ସାରା ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଜନତା ମଇଦାନ ରେ ହେବ ଓଡିଶା ଇତିହାସର ସବୁଠୁ ବଡ ମହିଳା ସମାବେଶ । ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ନାରୀଶକ୍ତି ସଶକ୍ତିକରଣ ଏବଂ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଏହା ଏକ ବୃହତ ପଦକ୍ଷେପ ଓ ବିଶେଷ ଦିନ ବୋଲି ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀ, ସମସ୍ତ ସାଂସଦ, 147 ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହ ପାଇଁ ଯାଇଛି ନିମନ୍ତ୍ରଣ । ସିଆରପି, ଏମବିକେ ମାନେ ସବୁ ସୁଭଦ୍ରା ହୋଇ ଆସିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: