Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

Odisha

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଜନ୍ମ ଦିନ ପାଳିବା ସହ ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କୁ କଡା କଡୀ କରିଛି କମିଶନରେଟ ପୋଲିସ। ବ୍ଲୁ-ବୁକ ଅନୁସାରେ ଉଚ୍ଚ ଅଟ୍ଟାଳିକାରେ ସଜାଗ ରହିବେ ସ୍ନାଇପର  | ଜନତା ମୈଦାନରେ ଷ୍ଟେଜ ସାଙ୍ଗକୁ 4ଟି ସେଡ଼ସ ପ୍ରସ୍ତୁତ ହୋଇଛି |

ଯେଉଁଥିରେ ସୁଭଦ୍ରା ଯୋଜନାର ହିତାଧିକାରୀ, ଭିଆଇପି, ଭିଭି ଆଇପି, ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରୀ ମୋଦିଙ୍କ ଜନ୍ମଦିନ ଥିବାରୁ  ପିଏମଙ୍କ ରୁଟ ଉଭୟ ପାର୍ଶ୍ଵରେ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି॥ ଏଥିପାଇଁ ରାସ୍ତା ର ଉଭୟ ପାର୍ଶ୍ଵ ରେ ବ୍ୟାରିଗେଟ ର ବ୍ୟବସ୍ଥା କରାଯାଇଛି । ଜରୁରୀକାଳୀନ ସେବା ପାଇଁ ଏହି କଟକଣା ଲାଗୁ ହେବନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡ଼ି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
The Prime Minister narendra modi is coming to Odisha today | Argus News