ମହିଳାଙ୍କ ଖୁସିରେ ଖୁସି ହେଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ କଥା ଦେଇଥିଲେ। ସରକାର ଆସିବାର 100 ଦିନ ଭିତରେ ରଖିଲେ କଥା। ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି ଓଡିଆରେ କହିଲେ ସୁଭଦ୍ରା ଯୋଜନା ମା' ଭଉଣୀଙ୍କୁ ସଶକ୍ତ କରୁ। ମହିଳାଙ୍କ ପାଇଁ ସବୁଠୁ ବଡ ଯୋଜନାର ଶୁଭାରମ୍ଭ। 25 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା 1250 କୋଟି 55 ହଜାର ଟଙ୍କା। ଜନତା ମଇଦାନରେ ବଟନ ଚିପି ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦୁଝର ଅଞ୍ଜଳି ବାରିକ, ରାୟଗଡାର ହୁଣ୍ଡାଡି ୱାଡକା, ବଲାଙ୍ଗିରର ଅହଲ୍ୟା ବନଛୋର, ମୟୁରଭଞ୍ଜର ଭାରତୀ ମୁଣ୍ଡାକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ ମୋଦି।
ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ବିଧାୟକ ମାନେ ବି ୟୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ନିର୍ବାଚନ ପୂର୍ବରୁ ଆମେ ଯେଉଁ ପ୍ରତିଶ୍ରୁଚି ତାକୁ 100 ଦିନ ଭିତରେ ପୁରଣ କରୁଛୁ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, କହିଥିଲେ ଏବେ ସୁଦ୍ଧା ସୁଭଦ୍ରାରେ ୭୨ଲକ୍ଷ ମହିଳା ନାଁ ପଞ୍ଜୀକରଣ କରିଥିବା ବେଳେ ଏହିଯୋଜନା ବିକଶିତ ଓଡିଶାର ମୂଳପିଣ୍ଡ ହେବ।
ସାରା ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଲକ୍ଷାଧିକ ମହିଳା। ଓଡିଶାରେ ସବୁଠୁ ବଡ ମହିଳା ସମାବେଶର ସାକ୍ଷୀ ସାଜିଥିଲା ଜନତା ମଇଦାନ.. ଏହା ସହ ରାଜ୍ୟର 338ଟି ସ୍ଥାନରେ ଲାଇଭରେ ଯୋଡି ହୋଇଥିଲେ ହଜାର ହଜାର ମହିଳା ସୁଭଦ୍ରା ଯୋଜନାରେ ରାଜ୍ୟର 1 କୋଟିରୁ ଅଧିକ ମହିଳା ଲାଭବାନ ହେବେ। 17 ତାରିଖ ପରେ ଆବେଦନ କରିଥିବା ମହିଳା ବି ପ୍ରଥମ କିସ୍ତିର 5 ହଜାର ଟଙ୍କା ପାଇବେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର