Videos
|
Odisha

ସମସ୍ୟା ବଢ଼ାଉଛି ସେତୁ, ଲୋକେ ହେଉଛନ୍ତି ହଇରାଣ 

Manini Pattanayak
Browse all articles by Manini Pattanayak
·2 years ago·2 min read
ସମସ୍ୟା ବଢ଼ାଉଛି ସେତୁ, ଲୋକେ ହେଉଛନ୍ତି ହଇରାଣ 

ଢେଙ୍କାନାଳ: ସମସ୍ୟା ବଢ଼ାଉଛି ସେତୁ ! ନାଳ ଥିଲା, ଲୋକେ ଯିବାଆସିବା କରିବା ପାଇଁ ହଇରାଣ ହେଉଥିଲେ ମାତ୍ର ଲୋକମାନଙ୍କ ବାରମ୍ବାର ଦାବୀ ପରେ ସେତୁ ହେଲା ସିନା ସମସ୍ୟା ବଦଳିଲା ନାହିଁ। ଏବେ ସମସ୍ୟା ବଢ଼ାଇଛି ସେତୁ  ।  ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ସଦର ମହକୁମା ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ ସନ୍ଦାପଶି  ଗ୍ରାମ, ଗ୍ରାମ କୁ ଯିବାକୁ ହେଲେ ଏକମାତ୍ର ରାସ୍ତା ଯେଉଁଠି ସାପୁଆ ନାଳକୁ ପାରି ହୋଇ ଯିବାକୁ ପଡ଼େ। ଗ୍ରାମବାସୀ  ମାନଙ୍କୁ ଦୋକାନ ସଉଦା ଠାରୁ ଆରମ୍ଭ କରି, ଶିକ୍ଷା ସ୍ୱାସ୍ଥ୍ୟ, ଅନ୍ୟାନ୍ୟ ଛୋଟ ଠାରୁ ବଡ଼ ବିଭିନ୍ନ କାର୍ଯ୍ୟରେ  ଏ  ସାପୁଆ ନାଳକୁ ଅତିକ୍ରମ କରି ଯିବାକୁ ପଡ଼େ। ବାରମ୍ବାର ଦାବୀ ପରେ ଏଠାରେ ସେତୁ ନିର୍ମାଣ ହେଲା ସିନା ବର୍ଷା ଦିନ ପୂର୍ବରୁ ଶେଷ ହୋଇପାରିଲା ନାହିଁ।ଏଣେ ଠିକ୍ ରେ ଆପ୍ରୋଚ୍ ରୋଡ଼ ହୋଇ ନଥିବାରୁ ସାମାନ୍ୟ ବର୍ଷାରେ କାଦୁଅ ହୋଇ ଅତଡ଼ା ଖାଇ ଖସି ପଡ଼ିଲାଣି।

ଛୋଟ ବଡ଼ କେତୋଟି ଦୁର୍ଘଟଣା ଘଟିଲା ପରେ ଏ ରାସ୍ତାରେ  ସ୍କୁଲ ଯାଉଥିବା ପିଲା ଭୟ କଲେଣି ଶିକ୍ଷକ,ଅଭିଭାବକ ବି ଚିନ୍ତାରେ ଏଣେ ବର୍ଷା ପାଣି ଆସିଲେ କେତେବେଳେ ଯେ ଅଘଟଣ ନଘଟିବ କିଏ ବା କହିବ ତେଣୁ ଆଶା ଆଶଙ୍କା ରେ ଗ୍ରାମବାସୀ ।  ଗତ ଜୁନ ତିନି ତାରିଖ ଢଳେଇ ପରଠୁ  ଓ୍ୱାରିଂ କୋଟ୍ ଢଳେଇ ପାଇଁ ରଡ଼ ପଡ଼ି ପଡ଼ି ନଷ୍ଟ ହେଲାଣି ହେଲେ ଏଠି କାହାର ଦେଖା ନାହିଁ ତେଣୁ ବର୍ଷା ଆସିବାରୁ ସେତୁ କୁ ନେଇ ଆଶଙ୍କା ରେ ଥିବା ଗ୍ରାମବାସୀ  ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ହେଲେ, ଯନ୍ତ୍ରୀ ସହଯୋଗ କରିବେ କଣ ବରଂ କହିଲେ ବାପାଙ୍କ କଥା ପୁଅ ତ ମାନୁନି  ! ଆମେ ଠିକାଦାର କୁ କହୁଛୁ ହେଲେ ସେ ଶୁଣୁନାହାନ୍ତି ଆମେ କ'ଣ କରିପାରିବୁ ?ଏହା ଶୁଣି ଗ୍ରାମବାସୀ  ଏକ ପ୍ରକାରର ହତାସ୍। ପ୍ରଶ୍ନ ଉଠୁଛି ଯଦି ଠିକାଦାର ଯନ୍ତ୍ରୀ ଙ୍କ କଥା ଶୁଣୁ ନାହାନ୍ତି ତାହାହେଲେ ଏ ଯେଉଁ ସେତୁ ନିର୍ମାଣ ହୋଇଛି ତା'ର ମାନ କ'ଣ ହୋଇଥିବ ଏଥିରୁ ଜଣାପଡୁଛି। ତେବେ ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଏ ଗ୍ରାମବାସୀ ଙ୍କ ସମସ୍ୟା, ଆଉ ସେ ସୁବିଧା ରେ ଗମନାଗମନ କରୁଛନ୍ତି ନାଁ ଅଧାପନ୍ତରିଆ ହୋଇ ପଡି ଗ୍ରାମବାସୀ ଙ୍କ ସମସ୍ୟା ବଢ଼ାଉଛି  ଏ ସେତୁ।

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The problem is increasing for bridge, people are suffering | Argus News