Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ

Odisha

ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ

Ritu Das
Browse all articles by Ritu Das
·1 year ago·1 min read
ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ

ଅର୍ଗସ ବ୍ୟୁରୋ: ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ। ଠିକ୍ 2ଟାରେ ଆରମ୍ଭ ହେଲା ସ୍ଥାନାନ୍ତର ପ୍ରକ୍ରିୟା। ପ୍ରଥମେ ବାହାର ଭଣ୍ଡାରରୁ ଆଲମିରା ସ୍ଥାନାନ୍ତର। ଲୁହା ସିନ୍ଧୁକ ନ ଆସିପାରିବାରୁ କାଠ କବାଟ କଟାଗଲା। ପରେ ଭିତର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ପ୍ରକ୍ରିୟା ହେଲା। ସମସ୍ତ ଜିନିଷର ଭିଡିଓଗ୍ରାଫି ହୋଇଛି। ବାହାର ରତ୍ନଭଣ୍ଡାରରୁ ଷ୍ଟିଲ୍ ଆଲମିରା, କାଠ ଆଲମିରା, ଗୋଟିଏ ଲୁହା ସିନ୍ଧୁକ, ଭିତର ରତ୍ନଭଣ୍ଡାରରେ 3 ଲୁହା ସିନ୍ଧୁକ, 2ଟି କାଠ ଆଲମିରା ସ୍ଥାନାନ୍ତର। 

ଅଲଗା ଅଲଗା ରହିଲା ସିନ୍ଦୁକ ଓ ଆଲମିରା। ବାହାର ରତ୍ନଭଣ୍ଡାରର ସିନ୍ଧୁକ ଆଲମିରା ପାଇଁ ଅଲଗା କକ୍ଷ ଓ ଭିତର ରତ୍ନଭଣ୍ଡାର ସିନ୍ଧୁକ ଆଲମିରା ପାଇଁ ଅଲଗା କକ୍ଷ ହୋଇଛି ନୀଳାଦ୍ରୀବିହାର ମ୍ୟୁଜିୟମରେ। ଏଏସାଇ ଡିଜିଙ୍କୁ ଚିଠି ଲେଖାଯିବ ଯାଞ୍ଚ ପାଇଁ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଯାଞ୍ଚ କରାଯିବ। ପରେ ଏଏସଆଇ ମରାମତି କରିବ। ମରାମତି ସରିବାପରେ ଖଟଶେଯ ଘରୁ ରତ୍ନ ଅଳଙ୍କାର ଭିତର ରତ୍ନଭଣ୍ଡାରକୁ ଆସି ରତ୍ନ ଗଣତିମଣତି ହେବ। ସବୁକିଛି ଶୃଙ୍ଖଳିତ ଭାବେ ସମ୍ପାଦିତ ହୋଇଥିବାରୁ ମହାପ୍ରଭୁଙ୍କ ସମେତ ହାଇଲେବଲ କମିଟିର ଅଧ୍ୟକ୍ଷ। ପରେ ସେବାୟତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The process | Argus News