Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନ ଭଣ୍ଡାର ଖୋଲିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Smruti Parija
Browse all articles by Smruti Parija
·2 years ago·1 min read
ରତ୍ନ ଭଣ୍ଡାର ଖୋଲିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Key Points

-ରତ୍ନ ଭଣ୍ଡାର ଖୋଲିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
- ଖୁବଶୀଘ୍ର ତାରିଖ ଘୋଷଣା କରିବେ ବିଜେପି ସରକାର
- ପୂର୍ବ ସରକାର ଭକ୍ତଙ୍କ ଭାବାବେଗକୁ କରିଥିଲା କୁଠାରଘାତ
- ରତ୍ନ ଭଣ୍ଡାରକୁ ନେଇ ଖେଳ ଖେଳିଥିଲେ ନବୀନ ପାଣ୍ଡିଆନ୍ ଯୋଡି
- ରତ୍ନ ଅସୁରକ୍ଷିତ ଥିଲେ ବିଜେଡି ସରକାରକୁ ଇତିହାସ କ୍ଷମା ଦେବନି

ଅର୍ଗସ ବ୍ୟୁରୋ: ବହୁ ବର୍ଷ ପ୍ରତୀକ୍ଷାର ହେଲା ଅନ୍ତ । ଭକ୍ତଙ୍କ ଭାବାବେଗକୁ ଗୁରୁତ୍ବ ଦେଇ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛନ୍ତି ସରକାର । ଖୁବଶୀଘ୍ର ତାରିଖ ଘୋଷଣା କରିବା ସହ ମୋଡାଲିଟ ଫିକ୍ସ କରିବ ଆଇନ ବିଭାଗ । ଏ ନେଇ ଆଇନ ମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାର ଖୋଲାଯିବା ସ୍ଥିର ଓ ନିଶ୍ଚିତ । ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତି ନିଆଯିବ ଓ ରତ୍ନ ଅଳଙ୍କାର ଗଣତି କରାଯିବ ବୋଲି ଆଇନ ମନ୍ତ୍ରୀ । 

ସେପଟେ ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବା ଖବର ପାଇବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସାଢେ ଚାରିକୋଟି ଓଡିଆଙ୍କ ଭାବାବେଗ କୁ ଗୁରୁତ୍ବ ଦେଇ ବଜେପି ସରକାର ରତ୍ନ ଭଣ୍ଡାର ଖୋଲିବାକୁ ଯାଉଥିବାରୁ ଧନ୍ୟବାଦ ଦେଇଛନ୍ତି ସେବାୟତ ଓ  ଭକ୍ତ  । 

ରାଜ୍ୟ ରାଜନୀତିରେ ଗେମ ଚେଞ୍ଜର ସାଜିଥିଲା ରତ୍ନ ଭଣ୍ଡାର ପ୍ରସଙ୍ଗ । 24 ବର୍ଷର ସରକରାକୁ ଗାଦିଚ୍ୟୁତ କରିବା ପାଇଁ ରତ୍ନ ଭଣ୍ଡାର ପ୍ରସଙ୍ଗ ପ୍ରମୁଖ ମାଧ୍ୟମ ସାଜିଥିଲା । ଆଉ ଏବେ ଯଦି ରତ୍ନ ଭଣ୍ଡାର ଖୋଲା ଯିବା ପରେ ରତ୍ନ ଅସୁରକ୍ଷିତ ଆଶଙ୍କା ସତ ହୁଏ ତେବେ ବିଜେଡି ସରକାରକୁ ଇତିହାସ କେବେ ବି କ୍ଷମା ଦେବନି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored