Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମ ମାଆ ଭଉଣୀଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଗୌରବର ବିଷୟ : ସମ୍ବିତ ପାତ୍ର

Smruti Parija
Browse all articles by Smruti Parija
·2 years ago·1 min read
ଆମ ମାଆ ଭଉଣୀଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଗୌରବର ବିଷୟ : ସମ୍ବିତ ପାତ୍ର

ପୁରୀ:  ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଶୁଭ ଅବସରରେ ପୁରୀରେ ପ୍ରତିବର୍ଷ ଭଳି ଆୟୋଜିତ ହୋଇଛି 'ପଲ୍ଲିଶ୍ରୀ ମେଳା' । ‘ପଲ୍ଲୀ’ର ଅର୍ଥ ହେଉଛି ‘ଗାଁ’ ଏବଂ 'ଶ୍ରୀ' ଅର୍ଥ ହେଉଛି ‘ଲକ୍ଷ୍ମୀ’, ଅର୍ଥାତ୍ ‘ଗାଁର ଲକ୍ଷ୍ମୀ’ ଅର୍ଥାତ୍ ଯେଉଁମାନେ ଓଡ଼ିଶାର ପ୍ରତି ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାବରେ କାର୍ଯ୍ୟ କରୁଛନ୍ତି । ‘ପଲ୍ଲିଶ୍ରୀ ମେଳା’ରେ ମାତୃଶକ୍ତିମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଷ୍ଟଲ ବିଶେଷ ଭାବେ ଅବସ୍ଥାପିତ ହୋଇଥାଏ ।

ଚଳିତ ବର୍ଷ ପୁରୀରେ ୯ ଦିନିଆ 'ପଲ୍ଲିଶ୍ରୀ ମେଳା'କୁ ଉଦଘାଟନ କରିବା ପରେ ସମ୍ବିତ ପାତ୍ର ଓଡ଼ିଶାର 'ସ୍ଵୟଂ ସହାୟକ ଗୋଷ୍ଠୀ'ର ମାଆମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଏକ ବିଶେଷ ଉପହାର ପେଟି ଗତକାଲି ପୁରୀ ସ୍ଥିତ ରାଜଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭେଟି ଦେଇଛନ୍ତି ।

ସମ୍ବିତ ପାତ୍ର ଏହି ସମ୍ବନ୍ଧରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏଥର ପଲ୍ଲୀଶ୍ରୀ ମେଳାରେ ପୁରୀ ଜିଲ୍ଲା ସମେତ ଓଡିଶାର ସମସ୍ତ ୩୦ଟି ଜିଲ୍ଲାର ବିଭିନ୍ନ ଉତ୍ପାଦ ଅନ୍ତର୍ଭୁକ୍ତ ହୋଇଛି । ଆମ ମାଆ ଭଉଣୀମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦ୍ରବ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ । ଏହା ସହ ପଲ୍ଲିଶ୍ରୀ ମେଳାରେ ଏହି ବର୍ଷ ୧୮ କୋଟିର ବ୍ୟାପାର ହେବାର ଆମେ ଲକ୍ଷ୍ୟ ରଖିଛୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାମହିମ ରାଷ୍ଟ୍ରପତି ମହୋଦୟା ଏହି ଉତ୍ପାଦଗୁଡିକ ବିଷୟରେ ତଥ୍ୟ ଗ୍ରହଣ ପରେ, ଆମ ମାତୃଶକ୍ତିମାନଙ୍କର ପ୍ରୟାସକୁ ଯଥେଷ୍ଟ ପ୍ରଶଂସା କରିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
The product made by the Self Help Group was gifted to the President by sambit-patra | Argus News