Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗିରଫ ସହ ବାଜ୍ୟାପ୍ତ ହେଲା ନିଶା ବେପାରୀଙ୍କ ସମ୍ପତ୍ତି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଗିରଫ ସହ ବାଜ୍ୟାପ୍ତ ହେଲା ନିଶା ବେପାରୀଙ୍କ ସମ୍ପତ୍ତି 

ଭୁବନେଶ୍ୱର:  ବାଜ୍ୟାପ୍ତ ହେଲା ନିଶା ବେପାରୀଙ୍କ ସମ୍ପତ୍ତି । 73ଲକ୍ଷ 75 ହାଜର ଟଙ୍କାର ସମ୍ପତ୍ତି ହେଲା ବଜ୍ୟାପ୍ତ । ଜଟଣୀ ମୁଣ୍ଡିଆ ସାହି ଶିବ ପ୍ରସାଦ ଦାସଙ୍କ ସମ୍ପତ୍ତି ବାଯ୍ୟାପ୍ତ । ବ୍ରାଉନସୁଗର ବେପାର କରି ଗିରଫ ହୋଇଛନ୍ତି ଶିବ । ଗତ ୨୦୨୨ ଜାନୁଆରୀ ୨୫ ରେ ଶିବକୁ କ୍ରାଇମବ୍ରାଞ୍ଚ୍ ର stf ଗିରଫ କରିବା ସହ ତାଙ୍କ ନିକଟରୁ ୩.୧କେଜି ବ୍ରାଉନସୁଗାର । ୩ ବିଦେଶୀ ବନ୍ଧୁକ, ୭ ମାଗାଜିନ୍, ୪୩ ରାଉଣ୍ଡ ଗୁଳି ସହ ୬୫ ଲକ୍ଷ ୩୨ ହାଜର ୨ ଶହ ଟଙ୍କା ଜବତ କରିଥିଲା ।

ଏହି ମାମଲାରେ ଶିବଙ୍କୁ ମିଶେଇ ୬ ଜଣଙ୍କୁ ଗିରଫ କରିଥିଲା stf । ତାଙ୍କ ଠାରୁ ଜବତ ଟଙ୍କା ଓ ବ୍ୟାଙ୍କ୍ ଜମାକୁ ଵଜ୍ୟାପ୍ତ କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ୍ stf । କୋର୍ଟ ଏବେ ଏହି ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଅନୁମତି ଦେଇଛନ୍ତି । 
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The property of the drug dealer was confiscated. 73 lakh 75 thousand rupees property was seized | Argus News