ଚାଉଳ ଚଞ୍ଚକତା ବିରୋଧରେ ବଢିଲା ଜନଆକ୍ରୋଶ

ଅର୍ଗସ ବ୍ୟୁରୋ: 24 ପୂର୍ବରୁ ନବୀନଙ୍କ ଚାଉଳ ଶ୍ରେୟର ଚାଲ୍ କୁ ଗାଁ ଗାଁ ରେ ବିରୋଧ। ଯୋଜନା ହାଇଜାକ ପ୍ରତିବାଦରେ ତାତିଲେ ଜନତା। ଡିଲର ପଏଣ୍ଟରେ ଖାଦ୍ୟ ଯୋଗାଣ ବିଭାଗର ବାବୁଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଲୋକେ। ଆପଣଙ୍କ ସାମନରେ ଝାରସୁଗୁଡା ଜିଲ୍ଲାର ପୋଖରାସାଲ୍ଲେ,ଝିରିଲାପାଲି ଓ ସୋଡାମାଲ ପଞ୍ଚାୟତର ଚିତ୍ର। ସବୁଠି ଆମ ଓଡିଶା ନବୀନ ଓଡଶା ଛାପ ଥିବା ଏ ବ୍ୟାଗ ବଣ୍ଟନକୁ ବିରୋଧ। ପ୍ରଶ୍ନ ବେଳେ ମାନୁଛନ୍ତି ଅଧିକାରୀ, ସରକାର କହିଛନ୍ତି ବ୍ୟାଗ ଦେବାକୁ ହେଲେ ରାଜ୍ୟ ସୁରକ୍ଷାରେ କେଉଁ ପଞ୍ଚାୟତରେ 6 ଜଣ ତ ଆଉ କେଉଁ ପଞ୍ଚାୟତରେ ମାତ୍ର 11 ଜଣ ନେଉଛନ୍ତି ଚାଉଳ। ବାକି ସମସ୍ତେ କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନାରେ ପାଉଛନ୍ତି ଚାଉଳ। ହେଲେ ନବୀନ ଛାପ ଥିବା ବ୍ୟାଗ ବାଣ୍ଟି ଶ୍ରେୟ ନେବାକୁ ବିକଳ ରାଜ୍ୟ ସରକାର।
ଚିଲିକାରେ ଏହି ବ୍ୟାଗକୁ ପୋଡିଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ। କହିଛନ୍ତି ମିଛ ଶ୍ରେୟ ପାଇଁ ନବୀନ ସରକାର କରୁଥିବା ଚକ୍ରାନ୍ତର ପୋଲ ଖୋଲି ଏଣିକି ସବୁଠି ବ୍ୟାଗ ପୋଡିବ ବିଜେପି। ଗାଁକୁ ଚାଲ ଅଭିଯାନ ବେଳେ ବିଜେପି କେନ୍ଦ୍ରୀୟ ଯୋଜନା କଥା ଲୋକଙ୍କ ପାଖରେ ପହଁଞ୍ଚାଇବା ସହ ରାଜ୍ୟ ସରକାର କିପରି ଯୋଜନା ହାଇଜାକ କରୁଛନ୍ତି ତାର ତଥ୍ୟ ବି ରଖୁଛନ୍ତି। ଏହି କ୍ରମରେ କନ୍ଧମାଳରେ ଗାଁକୁ ଚାଲ ଅଭିଯାନ କଲା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରେ ବିଜୁପକ୍କାଘର ଲେଖା ଥିବା ଦେଖି ଏହାକୁ ଲିଭାଇଥିଲେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସହ ଥିବା ଲୋକେ।
ପୂର୍ବରୁ ବିଭନ୍ନ ସ୍ଥାନରେ ଚାଉଳ ବଣ୍ଟନ କେନ୍ଦ୍ରରେ ଲାଗିଥିବା ନବୀନ ପୋଷ୍ଟର ହଠାଇଥିଲେ ଲୋକେ` ମୋରଡା, ବଡ଼ମ୍ବା, ନିଆଳି କୋଟପାଡ଼ ଆଠଗଡ ଓ ବୌଦ୍ଧରେ ସାମନାକୁ ଆସିଥିଲା ମୋଦି ଚାଉଳରେ ନିଜ ନାଁ ଛାପି ଶ୍ରେୟ ନେବାକୁ ବିଜେଡି ସରକାରର ବ୍ୟାକୁଳତାର ଚିତ୍ର - 6 ୱିଣ୍ଡୋ ଜାତୀୟ ଖାଦ୍ୟ ସୁରକ୍ଷାରେ ଓଡିଶାର 3 କୋଟି 26 ଲକ୍ଷ ଲୋକଙ୍କୁ ମିଳୁଛି ମାଗଣା ଚାଉଳ। ରାଜ୍ୟ ଖାଦ୍ୟ ସୁରକ୍ଷାରେ ମିଳୁଛି 9 ଲକ୍ଷ ଲୋକଙ୍କୁ ଚାଉଳ। ହେଲେ ଡିଲର ପଏଣ୍ଟରେ ମୋଦିଙ୍କ ଫଟୋ ନ ରଖି ନବୀନଙ୍କ ଫଟୋ ରଖିବା ସହ କେଉଁଠି କେଉଁଠି ଲୋକଙ୍କୁ ବିଭ୍ରାନ୍ତ ପାଇଁ ତେଲୁଗୁରେ ବି ଲେଖିବାକୁ ପଛାଇ ନାହାଁନ୍ତି ସରକାରୀ ବାବୁ।2029 ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳ ଦେବେ ମୋଦି।ଏଥିରେ ରାଜ୍ୟର ଟଙ୍କାଟିଏ ବି ଦେବାର ନାହିଁ. ହେଲେ ଶ୍ରେୟ ନେବା ଲାଳସାରେ ହିତାଧିକାରୀଙ୍କୁ ଶଙ୍ଖ ଖଚିତ ଏ ବ୍ୟାଗ ଦେଇ ପୁଣି ଯୋଜନା ହାଇଜାକର ଚକ୍ରାନ୍ତ କରିଛନ୍ତି ନବୀନ ସରକାର।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: