Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନଭେମ୍ବର ୨୧ରୁ ଆରମ୍ଭ ହେବ ରାଜ୍ୟରେ ଖରିଫ ଧାନ କିଣା

Odisha

ନଭେମ୍ବର ୨୧ରୁ ଆରମ୍ଭ ହେବ ରାଜ୍ୟରେ ଖରିଫ ଧାନ କିଣା

Ritu Das
Browse all articles by Ritu Das
·1 year ago·2 min read
ନଭେମ୍ବର ୨୧ରୁ ଆରମ୍ଭ ହେବ ରାଜ୍ୟରେ ଖରିଫ ଧାନ କିଣା

ଅର୍ଗସ ବ୍ୟୁରୋ: ନଭେମ୍ବର ୧ରେ ରାଜ୍ୟରେ ଖୋଲିବ ଖରିଫ ଧାନ ମଣ୍ଡି। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଏଥର ଚାଷୀଙ୍କଠାରୁ  କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ ଘୋଷଣା କିରଛନ୍ତି ରାଜ୍ୟ ସରକାର। ଏଥିସହ ଧାନ କିଣା ପ୍ରକ୍ରିୟା ସୁବ୍ୟବସ୍ଥା କରିବାକୁ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ। ୪ ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ବାଲିଟି ଟେଷ୍ଟିଂ ମେସିନ। ଅଗାଡି ଏଫକ୍ୟୁ ଧାନ କୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ ପରିବହନ ବିଭାଗ। ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ସେଥିପାଇଁ ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ତା କରାଯିବ। ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିପାଇଁ ତ୍ବରିତ ନିଷ୍ପତି ନେବାକୁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଆନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସେପଟେ ପୂର୍ବ ବିଜେଡି ସରକାର ଅମଳରେ ଯେଉଁଭଳି ଧାନକିଣାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସୁଥିଲା ତାକୁ ନଜରରେ ରଖି ଏବେଠାରୁ ସତର୍କ ରାଜ୍ୟ ସରକାର। ତେଣୁ ମଣ୍ଡିରେ ଦୁର୍ନୀତି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ରୋଡ୍ ମ୍ୟାପ ନେଇ ଯୋଗାଣ ସହାୟକମାନଙ୍କୁ ସତର୍କ କରାଇଛନ୍ତି ଯୋଗାଣମନ୍ତ୍ରୀ। ଯୋଗାଣ ସହାୟକମାନଙ୍କର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଚର୍ଚ୍ଚିତ ବଲିଉଡ୍ ସିନେମା ସିଂଘମର ଡାଇଲଗ୍ କହି ଯୋଗାଣ ସହାୟକମାନଙ୍କୁ  ପରାମର୍ଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଏଥିସହ ଭୀଷ୍ଣ ସରଶଯ୍ୟା ଉପାଖ୍ୟାନ ଦେଇ ଯୋଗାଣ ସହାୟକମାନଙ୍କୁ ଚେତାବନୀ ବି ଦଇଛନ୍ତି ମନ୍ତ୍ରୀ। ଯେପରି ଭୀଷ୍ମ ପ୍ରତ୍ୟକ୍ଷ ଭାବେ ଅନ୍ୟାୟ କରିନଥିଲେ ବି କୌରବଙ୍କ ଅନ୍ୟାୟ ଦେଖି ଚୁପ୍ ରହିଥିଲେ ସେହିପରି ଯେଉଁମାନେ ଦୁର୍ନୀତି ଓ ଅନ୍ୟାୟ ଦେଖି ଚୁପ୍ ରହୁଛନ୍ତି ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ଓଡ଼ିଶର ପ୍ରାୟ ୩କୋଟି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳୁଛି ମାଗଣା ରାସନ୍। ଏହି ସ୍କିମ ଅଧୀନରେ ରହିଛନ୍ତି ରାଜ୍ୟର ସର୍ବାଧିକ ହିତାଧିକାରୀ। ଆଉ ଏହି ସ୍କିମରେ ହିଁ ହେଉଛି ସର୍ବାଧିକ ସ୍କାମ୍ ଅର୍ଥାତ ଦୁର୍ନୀତି।  ମନ୍ତ୍ରୀ କହିଛନ୍ତି ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ମୁଁ ଶପଥ ନେଇଛି ଏହି ବିଭାଗକୁ ସ୍ବଚ୍ଛ କରିବି। ଏଣୁ ଯୋଗାଣ ସହାୟକମାନଙ୍କୁ ସ୍ବାଚ୍ଛତା ରଖିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Painting
Sponsored
The purchase | Argus News