Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୋକାନ ଘର ଆବଣ୍ଟନ ପ୍ରକ୍ରିୟା ନେଇ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ

Odisha

ଦୋକାନ ଘର ଆବଣ୍ଟନ ପ୍ରକ୍ରିୟା ନେଇ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୋକାନ ଘର ଆବଣ୍ଟନ ପ୍ରକ୍ରିୟା ନେଇ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ

ଅର୍ଗସ ବ୍ୟୁରୋ:  ପୁରୀରେ ଦୋକାନ ଘର ଆବଣ୍ଟନର ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନବାଚୀ । ଦୋକାନ ଘର ଆବଣ୍ଟନ ପ୍ରକ୍ରିୟା ନେଇ ପ୍ରଶାସନ କିମ୍ବା ପୌରପାଳିକା ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ସାଧାରଣ ଗରିବ ଓ ଉଠା ଦୋକାନୀ ମାନେ ଦୋକାନ ଘର ପାଇବା ପାଇଁ ଦରଖାସ୍ତ ଆବେଦନ କରିପାରିନାହାନ୍ତି । ଦୋକାନ ଘର କେଉଁ ଆଧାରରେ ବଣ୍ଟନ ହୋଇଛି ସେନେଇ ପ୍ରଶାସନ ତରଫରୁ କୌଣସି ମାନଦଣ୍ଡ ପ୍ରସ୍ତୁତ ହୋଇନାହିଁ ।

ପୂର୍ବ ଦୋକାନୀ ମାନଙ୍କ ବ୍ୟତୀତ ଆବଣ୍ଟନ ତାଲିକାରେ ଯେଉଁ ନୂଆ ବ୍ୟକ୍ତିବିଶେଷ ମାନଙ୍କ ନାମ ସ୍ଥାନ ପାଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ନୂଆ ବ୍ୟକ୍ତିବିଶେଷଙ୍କୁ କେଉଁ ଆଧାରରେ ଦୋକାନଘର ଆବଣ୍ଟନ କରାଗଲା ସେନେଇ ପ୍ରଶାସନ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏହି ଆବଣ୍ଟନ ତାଲିକାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
The question arose regarding the transparency of allotment of shops | Argus News