Videos
|
Odisha

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ବର୍ଷା ପାଣି

Ritu Das
Browse all articles by Ritu Das
·1 year ago·1 min read
କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ବର୍ଷା ପାଣି

ଅର୍ଗସ ବ୍ୟୁରୋ: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ବର୍ଷା ପାଣି, ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହେଲେ ଦେଶ ବିଦେଶ ପର୍ଯ୍ୟଟକ। ସୂଚନା ଥାଉକି ଆଜକୁ ୩ ଦିନ ଧରି ଲଘୁଚାପ ବର୍ଷା ଲାଗିରହିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ଚନ୍ଦ୍ରଭାଗା ସମୁଦ୍ର ଅସାନ୍ତ ଥିବା ବେଳେ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ବାରଣ କରାଯାଇଛି। ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁଁ ଚନ୍ଦ୍ରଭାଗାରେ ସମୁଦ୍ର ଅସାନ୍ତ ଥିବା ବେଳେ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶରେ ଆଣ୍ଠୁଏ ଆଣ୍ଠୁଏ ବର୍ଷା ପାଣିରେ କୃତ୍ରିମ ବନ୍ୟା ସୁଷ୍ଟି ହେବା ଦେଖାଦେଇଛି। 

ଯାହା ଦ୍ବାରା ଦେଶ ବିଦେଶୀ ପର୍ଯ୍ୟଟକମାନେ ୪୦ଟଙ୍କା ଟିକେଟ କରି ମଧ୍ୟ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଥିବା ବେଳେ କୁନିକୁନି ପିଲାମାନେ ମଧ୍ୟ ଅଣ୍ଟାଏ ପାଣିରେ ବୁଲୁଥିବା ଦେଖା ଦେଇଛି। ଏଏସଆଇ ପକ୍ଷରୁ ଅତି ଆଧୁନିକ ୪ଟି ବିଦ୍ୟୁତ ଚାଳିତ ପାଣିପମ୍ପ ଲାଗିଥିଲେ ମଧ୍ୟ ସେଥିରୁ ମାତ୍ର ଦୁଇଟି ଚାଲୁଥିବା ଦେଖାଦେଇଛି। ଅନ୍ୟ ଦୁଇଟି ଖରାପ ଥିବା ସହ ୬ଟି ଡିଜେଲ ଚାଳିତ ପାଣିପମ୍ପ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି। ଯାହା ଫଳରେ ସୂର୍ଯ୍ୟ ମନ୍ଦିର ଭିତରେ ପଣି ଜମିରହୁଛି। 

ତୁରନ୍ତ ଜିଲ୍ଲା ପ୍ରଶାସନ ବା ପର୍ଯ୍ୟଟନ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବା ସହ ସୂର୍ଯ୍ୟ ମନ୍ଦିରରୁ କିପରି ବର୍ଷା ପାଣି ନିଷ୍କାସନ ହେବ ସେ ନେଇ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି ଦେଶ ବିଦେଶର ପର୍ଯ୍ୟଟକମାନେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

The rainwater | Argus News