ଆସନ୍ତା 14ରେ ଓଡ଼ିଶାର ଗଣପର୍ଵ ରଜ
·2 years ago·1 min read

ଭୁବନେଶ୍ୱର: ଆସନ୍ତା 14 ତାରିଖରେ ପାଳିତ ହେବ ଓଡ଼ିଶାର ଗଣପର୍ଵ ରଜ। ତେବେ ଚଳିତ ବର୍ଷ 26 ତମ ରଜ ମହଉତ୍ସବ ପାଳିବାକୁ ଯାଉଛି କଟକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସୁର ମନ୍ଦିର। ଆସନ୍ତା 14 ତାରିଖ ଓ 15 ତାରିଖ 2 ଦିନ ଧରି କଟକ କଲବିକାଶ କେନ୍ଦ୍ର ଠାରେ ବିଭିନ୍ନ କଳା ସଂସ୍କୃତିକୁ ଆଧାର କରି ଝୋଟି, ପିଠା ପ୍ରସ୍ତୁତ, ଲୁଡୁ ପାଲି , ପୁଚି, ଦୋଳି, ମୁରୁଜ,ଚିତା ପ୍ରତିଯୋଗିତା କରାଯିବ।
ଏଥିରେ ରାଜ୍ୟ ରୁ 300 ରୁ ଅଧିକ ପ୍ରତିଯୋଗି ଭାଗନେବେ। ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ଯୁବପିଢ଼ିଙ୍କ ମଧ୍ୟରେ ବଞ୍ଚାଇରଖିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ସୁର ମନ୍ଦିର ର ସମ୍ପାଦିକା ।ସେହିପରି ସୁର ମନ୍ଦିର ପକ୍ଷରୁ ଜଣେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବ।ଓଡ଼ିଆଣି ସଂମ୍ମାନ ରେ ଶ୍ରୀମତି ସୁମିତ୍ରା ଜେନା, ଜୀବନ ବ୍ୟାପି ସାଧନାରେ ଗୁରୁ ଦୁର୍ଗା ଚରଣ ରଣବୀର, ଉସାରାଣୀ ସମ୍ମାନରେ ଡ଼ ଶ୍ରୀନିବାସ ଖଟୁଆରୀଙ୍କୁ ସଂମାନିତ କରାଯିବ ବୋଲି କହିଛନ୍ତି ଆୟୋଜକ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: