Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଏନେଇ ଆଜି ବସିବ ନୂତନ ରତ୍ନଭଣ୍ଡାର ତଦାରଖ କମିଟିର ଦ୍ଵିତୀୟ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଦାଖଲ ହେବ ଟ୍ରେଜେରୀରୁ ମିଳିଥିବା  ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି । ଆଲୋଚନା, ତର୍ଜମା ପରେ ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ସ୍ଥିର କରାଯିବ । ଏନେଇ ଗତ 6 ତାରିଖରେ ଅନୁଷ୍ଠିତ ପ୍ରଥମ ବୈଠକରେ ଦୀର୍ଘ 2 ଘଣ୍ଟାର ରୁଦ୍ଧଦ୍ୱର ଆଲୋଚନା ପରେ ସୂଚନା ଦେଇଥିଲେ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ମିଳିଥିବା ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାର ତାଲା ନଖୋଲିଲେ ତାଲା ଭଙ୍ଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ରତ୍ନଭଣ୍ଡାର ମରାମତି ପାଇଁ ପ୍ରଥମେ ଅସ୍ଥାୟୀ ରତ୍ନଭଣ୍ଡାର କରାଯିବ ଏବଂ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ପୂର୍ବରୁ ଏହାକୁ ମରାମତି କରାଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ଅନ୍ୟପଟେ ଡୁପ୍ଲିକେଟ୍ ଚାବିରେ ତାଲା ଖୋଲିଲେ ଗଣତିମଣତି କରାଯିବ କିନ୍ତୁ ଗଣତିମଣତି ଲମ୍ବା ପ୍ରକ୍ରିୟା ହୋଇଥିବାରୁ ରଥଯାତ୍ରା ସମୟରେ ଏହା ସମ୍ଭବ ନୁହେଁ ବୋଲି ପ୍ରଥମ ବୈଠକରେ କୁହାଯାଇଥିଲା । ୧୭ଜଣିଆ କମିଟିର ସମସ୍ତ ସଦସ୍ୟଙ୍କୁ  ଦିନ ୧୦ଟାରେ ବୈଠକରେ ଉପସ୍ଥିତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି । ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାର ଖୋଲୁଛି କି ନାହିଁ ତାହା ଦେଖିବାକୁ ଥିବାବେଳେ 1978 ମସିହା ରତ୍ନଗଣତି ରିପୋର୍ଟ ଆଧାରରେ ରତ୍ନଗଣତି ହେବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The ratna bhandar of the temple will be opened soon | Argus News