|
logo
Live

Argus News - ଧୁମଧାମରେ ସରିଲା ଜଗନ୍ନାଥ ମନ୍ଦିରର ରତ୍ନମୁଦ୍ରଣ ଉତ୍ସବ

Odisha

ଧୁମଧାମରେ ସରିଲା ଜଗନ୍ନାଥ ମନ୍ଦିରର ରତ୍ନମୁଦ୍ରଣ ଉତ୍ସବ

Ritu Das
Browse all articles by Ritu Das
·2 years ago·2 min read
ଧୁମଧାମରେ ସରିଲା ଜଗନ୍ନାଥ ମନ୍ଦିରର ରତ୍ନମୁଦ୍ରଣ ଉତ୍ସବ

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା କ ନୂଆଗାଁ ବଜାର ଠାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ସ୍ଥାନୀୟ ଜନସାଧାରଣ ଓ କ ନୂଆଗାଁ ଜଗନ୍ନାଥ ମନ୍ଦିର କମିଟି ମନ୍ଦିର ନିର୍ମାଣ କରିଛନ୍ତି। 2018 ମସିହା ମାର୍ଚ୍ଚ 17 ତାରିଖ ରେ ଗଜପତି ମହାରାଜ ଦିବ୍ୟ ସିଂ ଦେବ କ ନୂଆଗାଁ ଆସିଥିଲେ ଓ ଦିବ୍ୟଜୀବନ ସଂଘର ପାଠାଗାରର ଉଦଘାଟନ କରିଥିଲେ। ଉଦଘାଟନ ସମାରୋହ ଅନୁଷ୍ଠିତ ହେଉଥିବା ସମୟରେ ପ୍ରବଳ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଅଧାରୁ ବନ୍ଦ ରହିଥିଲା କାର୍ଯ୍ୟକ୍ରମ। ଏ ପ୍ରବଳ ବର୍ଷା ଯୋଗୁଁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତିକୁ କ ନୂଆଗାଁରେ ଛାଡ଼ି ଦେଇ ଚାଲି ଯାଇଥିଲେ। ସେ ଦିନ ଠାରୁ ଜଗନ୍ନାଥ ମନ୍ଦିର କିପରି ନିର୍ମାଣ କରାଯିବ ତାହାର ପରିକଳ୍ପନା କରାଯାଇଥିଲା। 

ବହୁତ ଘାତ ପ୍ରତିଘାତ ମଧ୍ୟରେ କ ନୂଆଗାଁରେ ଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇଛି ଓ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗତ ଜାନୁୟାରୀ ମାସ 28 ତାରିଖରୁ ଆରମ୍ଭ ହୋଇ ଚଳିତ ମାସ 6 ତାରିଖ ପର୍ଯ୍ୟନ୍ତ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦୁର୍ଗାମଣ୍ଡପ ପ୍ରତିଷ୍ଠା, ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା, ଜଗନ୍ନାଥ ମନ୍ଦିର ଓ ପାର୍ଶ୍ବ ଦେବାଦେବୀ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ, ଜଗନ୍ନାଥ ପଞ୍ଚ ରାତ୍ର ପାରାୟଣ ଓ ଜିଲ୍ଲା ବାହାରୁ 60 ଥାଳ କୀର୍ତ୍ତନ ମଣ୍ଡଳୀ ଦ୍ୱାରା 24 ପ୍ରହର ନାମ ଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଛି।

ଏ ରତ୍ନ ମୁଦ୍ରଣ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀଙ୍କ ଭିଡ଼ ଲାଗିଥିଲା। ଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବକୁ ସରସ ସୁନ୍ଦର କରିବାରେ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗ ଓ ଶାନ୍ତି ଶୃଙ୍ଖଳା ସହିତ ଉଦଯାପିତ ହୋଇଥିବା ଯୋଗୁଁ କ ନୂଆଗାଁ ଜଗନ୍ନାଥ କମିଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
ଧୁମଧାମରେ ସରିଲା ଜଗନ୍ନାଥ ମନ୍ଦିରର ରତ୍ନମୁଦ୍ରଣ ଉତ୍ସବ | Argus News