Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ପଦାରେ ପଡ଼ିଲା ୫T ସ୍କୁଲର ଅସଲ ଚେହେରା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପୁଣି ପଦାରେ ପଡ଼ିଲା ୫T ସ୍କୁଲର ଅସଲ ଚେହେରା

ଅର୍ଗସ ବ୍ୟୁରୋ:  ପୁଣି ପଦାରେ ପଡ଼ିଲା ୫T ସ୍କୁଲର ଅସଲ ଚେହେରା । ବିଦ୍ୟାଳୟରେ ମାତ୍ର 2 ଜଣ ଶିକ୍ଷକ ଅଛନ୍ତି । କାନ୍ଥରେ ଖାଲି ରଙ୍ଗ ମାରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଏହି ଅଭିଯୋଗ ଆସିଛି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିର୍ବାଚନୀ ମଣ୍ଡଳୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ବିଂଝାରପୁର ସ୍ଥିତ ରାହାସୋଇ ଶ୍ରୀ ଜଗନ୍ନାଥ ବିଦ୍ୟମନ୍ଦିର ସ୍କୁଲରୁ । ଆରଟିଆଇ ତଥ୍ୟ ଅନୁସାରେ, ସ୍କୁଲ୍ ଉନ୍ନତିକରଣରେ 57 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଲ୍ ହୋଇଛି । ହେଲେ ସମ୍ପୂର୍ଣ୍ଣ ଟଙ୍କା ସ୍କୁଲ୍ ପାଇଁ ଖର୍ଚ୍ଚ ହୋଇନାହିଁ । ସ୍କୁଲର ପୁରୁଣା କାନ୍ଥରେ ରଙ୍ଗ ମାରି ବିଲ୍ କରିଥିବା ସହ ଅତି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।

ସବୁଠୁ ବଡ଼ କଥା ହେଲା, ଏହି ହାଇସ୍କୁଲରେ ୨୧୦ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ମାତ୍ର ଅଛନ୍ତି ୨ ଜଣ । ଏପରିସ୍ଥିତିରେ କେମିତି ପାଠପଢା ହେବ, ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୫T ରୂପାନ୍ତରଣରେ ଅନ୍ୟମିତତାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଏ ଦିଗରେ ଦଶରଥପୁର ବିଡ଼ିଓଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The real face of the 5T school fell in the field again | Argus News