Videos
|
Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅସଲି ଚାବି ସମୁଦ୍ରରେ

Ritu Das
Browse all articles by Ritu Das
·2 years ago·1 min read
ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅସଲି ଚାବି ସମୁଦ୍ରରେ

ଅର୍ଗସ ବ୍ୟୁରୋ: ଭିତର ରତ୍ନଭଣ୍ଡାର ଚାବିକୁ ନେଇ ବଢିଲା ସସପେନ୍ସ । ସାଂଘାତିକ ଅଭିଯୋଗ ଆଣି ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ କାଠଗଡା଼କୁ ଟାଣିଲେ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଅଭିଯୋଗ କଲେ ଭୟରେ ଅସଲି ଚାବିକୁ ସମୁଦ୍ରରେ ଫିଙ୍ଗିଦେଇଛନ୍ତି ଅରବିନ୍ଦ । 

ଯେଉଁ ଡୁପ୍ଲିକେଟ୍ ଚାବି କଥା କହିଥିଲେ ସେତେବେଳର ଜିଲ୍ଲାପାଳ ତାହା ବି ମିଛ । କାରଣ ଡୁପ୍ଲିକେଟ ଚାବିରେ ଖୋଲିଲାନି ଭିତର ରତ୍ନଭଣ୍ଡାରର ତାଲା। ଏଥିସହିତ ମହାପ୍ରଭୁଙ୍କ ରଘୁନାଥ ବେଶ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର। ପୂର୍ବରୁ ରତ୍ନ ଲୁଟ୍ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। 

ବଡ଼ ପ୍ରଶ୍ନ କାହା ଚାପରେ ମିଛ କହିଥିଲେ ସେତେବେଳର ଜିଲ୍ଲାପାଳ, କାହିଁକି ଡୁପ୍ଲିକେଟ୍ ଚାବିର ନାଟକ, କାହିଁକି ନବୀନ ସରକାର ସାର୍ବଜନୀନ କଲେନାହିଁ ରଘୁବୀର ଦାସ କମିଶନ ରିପୋର୍ଟ, କାହିଁକି ରତ୍ନଭଣ୍ଡାର ଖୋଲି କଲେନାହିଁ ଗଣନା, କାଣ ଏହା ପଛରେ ରହସ୍ୟ.  ଭିତର ରତ୍ନଭଣ୍ଡାର ମରାମତି ପରେ ରତ୍ନ ଗଣନା ହେବ ବୋଲି କହିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। 

ମୋହନ ସରକାର ପ୍ରଥମ କ୍ୟାବିନେଟରେ ଚାରିଦ୍ବାର ଓ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତି ନେଇଥିଲେ। ସେହି ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇଛି। ଏବେ ଅପେକ୍ଷା ରତ୍ନଗଣନାକୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

The real key to the | Argus News