ମହାନଦୀକୁ ମା' କହି ବିଜେଡି ସରକାର ସଜାଇଲେ ଡାହାଣୀ

ଭୁବନେଶ୍ୱର: ମହାନଦୀକୁ ମା' କହି ଡାହାଣୀ ସଜାଇଛି ବିଜେଡି ସରକାର । 24 ବର୍ଷର ଅପାରଗତାରୁ ପାଣି କଷ୍ଟ ସହୁଛନ୍ତି ମା'ଭଉଣୀ । ତଳମୁଣ୍ଡରେ 7 ବ୍ୟାରେଜର ପ୍ରତିଶ୍ରୁତି ପ୍ରତାରଣା ପାଲଟିଲା । ଜଳ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ମହାନଦୀ କୂଳିଆ ଲୋକେ । ଛତିଶଗଡ଼କୁ ଗାଳିଦେଇ ଦାୟିତ୍ବ ସାରିଦେଲା ବିଜେଡି ସରକାର । ମା'କୁ ସମ୍ମାନର ଉଡୁଛି ଧଜ୍ଜିୟା, ଆଉ କେତେ ପ୍ରମାଣ ଦରକାର ?
ମହାନଦୀ କୂଳିଆ ଗାଁରେ ପାଣି ପାଇଁ ହାହାକାର। ଧରାପଡ଼ିଯାଇଛି ବିଜେଡି ସରକାରଙ୍କ ବସୁଧା ଯୋଜନାର ମିଛ ପ୍ରଚାର। ବାଙ୍କି ହରିରାଜପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ପାଣି ଗରାଏ ପାଇଁ ଶୁଖିଲା ନଦୀ ଶଯ୍ୟାରେ । ଗାଁର ମହିଳାମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ପରିବାରର ଶୋଷ ମେଣ୍ଟାଇବାକୁ ଦିନକୁ ତିନି ଚାରିଥର ଏହିପରି ପାଣି ଗରା ଧରି ମହିଳାମାନଙ୍କୁ ଖରାରେ ଚାଲିବାକୁ ପଡୁଛି। ଆଉ ଯେଉଁ ପାଣି ବିଆଣୁଛନ୍ତି ତାହା ପିଇବା ଯୋଗ୍ୟ ନୁହେଁ।
ଅଥଚ ଗାଁରେ ବସୁଧା ଯୋଜନାର କରାଯାଇଛି ବଡ଼ ବଡ଼ ପ୍ରଚାର। ଏହା ହିଁ 24 ବର୍ଷର ବିଜେଡି ସରକାରଙ୍କ ବିକାଶର ବାସ୍ତବତା। ରାଜ୍ୟ ସରକାରଙ୍କ ଅପାରଗତାରୁ ଜଳ କଷ୍ଟ ଭୋଗୁଛନ୍ତି ମହାନଦୀ କୂଳିଆ ଗ୍ରାମବାସୀ। 2019 ନିର୍ବାଚନ ପୂର୍ବରୁ ମହାନଦୀ ଜଳବିବାଦକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଥିଲା ବିଜେଡି । ମହାନଦୀକୁ ମା କହି ଆନ୍ଦୋଳନକୁ ଜୋରଦାର ବି କଲେ। କେନ୍ଦ୍ର ସରକାର ଆପୋଷ ଆଲୋଚନାରେ ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ନିଜ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ବିଜେଡି ସରକାର। ଟ୍ରିବ୍ୟୁନାଲ୍ ଗଠନ ପାଇଁ ଦାବି କରିଥିଲେ। ଟ୍ରିବ୍ୟୁନାଲ ଗଠନ ହେବାର 6 ବର୍ଷ ବିତିଲାଣି। କିନ୍ତୁ ଆଜି ଯାଏ କୌଣସି ସମାଧାନର ରାସ୍ତା ବାହାରି ପାରିଲାନି। ବରଂ ମହାନଦୀ କୂଳିଆ ଲୋକଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି।
📱 Get Argus News App
✨ମହାନଦୀକୁ ମା କହି ଆନ୍ଦୋଳନ କରିଥିବା ବିଜେଡିକୁ ଦୁଇଦିନ ତଳେ ବାଣ ମାରିଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। କହିଥିଲେ ସରକାର ଘୋଷଣା କରିଥିବା ସ୍ଥାନରେ ଡ୍ୟାମ କଲେ ନାହିଁ କିମ୍ବା ନଦୀ ଜଳ ବ୍ୟବହାର କରିବା ପାଇଁ ପ୍ରକଳ୍ପ କଲେନାହିଁ। ଯାହାର ଫଳ ସ୍ବରୂପ ଉତ୍ପନ୍ନ ହୋଇଛି ଉତ୍କଟ ସ୍ଥିତି। ସରକାରୀ ତଥ୍ୟ କହୁଛି ଗ୍ରାମାଞ୍ଚଳର 24 ଲକ୍ଷ ଲୋକ ଶୁଦ୍ଧ ପିଇବା ପାଣି ପାଉନାହାଁନ୍ତି। ସେହପିରି ସହରର 31.2 ପ୍ରତିଶତ ଲୋକଙ୍କ ପାଖେର ପହଞ୍ଚି ପାରୁନି ଶୁଦ୍ଦ ପିଇବା ପାଣି। ସହର ବାସିନ୍ଦାଙ୍କ ପାଇଁ ବିଜେଡି ସରକାର ଡ୍ରିଙ୍କ ଫର୍ମ ଟ୍ୟାପ୍ ଯୋଜନା କରିଛନ୍ତି। ତା ପରେବି ଏତେ ସଂଖ୍ୟାକ ସହରବାସୀଙ୍କ ପାଖରେ ଶୁଦ୍ଦ ପିଇବା ପାଣି ନପହଞ୍ଚିବା 24 ବର୍ଷର ସରକାରର ଅପାରଗତାକୁ ପଦାରେ ପକାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର