Videos
|
Odisha

୯ରୁ ୧୦ଜଣ କେଳେଙ୍କାରିଆ ନେତାଙ୍କ ନାଁରେ ଖଣି ଚୋରିଠୁ ଆରମ୍ଭ କରି ହତ୍ୟା ପରି ସଙ୍ଗିନ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·3 min read
୯ରୁ ୧୦ଜଣ କେଳେଙ୍କାରିଆ ନେତାଙ୍କ ନାଁରେ ଖଣି ଚୋରିଠୁ ଆରମ୍ଭ କରି ହତ୍ୟା ପରି ସଙ୍ଗିନ ଅଭିଯୋଗ

ଅର୍ଗସ ବ୍ୟୁରୋ: ବିଜେଡି ସରକାରର ପତନ ପଛରେ କେଳେଙ୍କାରିଆ ନେତାଙ୍କ ସଂଖ୍ୟା କିଛି କମ ନୁହେଁ । ପ୍ରାୟ 9ରୁ 10 ଜଣ କେଳେଙ୍କାରିଆ ନେତାଙ୍କ ନାଁରେ ଆସିଥିଲେ ଦୁର୍ନୀତି ଠାରୁ ଆରମ୍ଭ କରି ଖଣିଲୁଟ ଓ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ । ଏହି କେଳେଙ୍କାରିଆ ନେତାମାନଙ୍କୁ ଜନତା ଦନାର୍ଦ୍ଦନ ଦେଇଛନ୍ତି ଉଚିତ ଜବାବ । ଉପାଡି ଫୋପାଡି ଦେଇଛନ୍ତି ଏହି କେଳେଙ୍କାରିଆ ନେତାମାନଙ୍କୁ ।

ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ । ଭୁବନେଶ୍ବର ମହିଳା ଥାନାରେ ଶ୍ରୀକାନ୍ତଙ୍କ ବିରୋଧରେ ଏତଲା ହୋଇଥିଲା । ଏତଲା ଦେଇଥିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ଏତଲା ପରେ ସଂଯୁକ୍ତା ମହଲାଙ୍କର ହେଲା ଡାକ୍ତରୀ ପରୀକ୍ଷା । ମେଡିକାଲ ଟେଷ୍ଟ ପରେ ମୋତେ ନ୍ୟାୟ ମିଳିବ ବୋଲି କହିଥିଲେ ସଂଯୁକ୍ତା । ଏହି କେଳେଙ୍କାରିଆ ନେତାଙ୍କୁ ପୋଲସରାରୁ ରିଜେକ୍ଟ କରିଛନ୍ତି ଜନତା ।ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନା ମାହାଙ୍ଗାରୁ ହାରିଛନ୍ତି । ବାପାଙ୍କ କର୍ମର ଫଳ ଭୋଗିବାକୁ ପଡିଛି ପୁଅକୁ ।

ମାହାଙ୍ଗା ଡବଲ ମର୍ଡର କେସରେ ପ୍ରତାପଙ୍କ ବିରୋଧରେ ଲାଗିଥିଲା ଦଫା 302 । 2021 ଜାନୁୟାରୀର ହୋଇଥିଲା ମାହାଙ୍ଗା ଡବଲ ମର୍ଡର । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ କରାଯାଇଥିଲା ହତ୍ୟା । ଆବାସ କେଳେଙ୍କାରୀର ପୋଲ୍ ଖୋଲିଥିଲେ ବୋଲି ହୋଇଥିଲା ହତ୍ୟା । ମୁଦାଲା ନମ୍ବର 13 ଥିଲେ ବିଜେଡି ବିଧାୟକ ପ୍ରତାପ ଜେନା । ପୋଲିସ ଚାର୍ଜସିଟରୁ କାଟିଦେଇଥିଲା ପାୱାରଫୁଲ୍ ପ୍ରତାପଙ୍କ ନାଁ ଯାହାକୁ ନେଇ ବିବାଦୀୟ ହୋଇଥିଲେ ପ୍ରତାପ ଜେନା । ଏହାର ଜବାବ ଦେଇଛନ୍ତି ଜନତା । ତାଙ୍କ ପୁଅ ଅଙ୍କିତ ଜେନା ମାହାଙ୍ଗା ଆସନରୁ ହାରିଯାଇଛନ୍ତି ।

ବିଜେଡିର ବଦନାମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ  ଥାନାରେ ପଶି ଆକ୍ରମଣ ମାମଲାରେ  ଲାଗିଥିଲା ସଙ୍ଗୀନ ଦଫା । 2013ରେ କାମାକ୍ଷାନଗର ଥାନା ପଶି ଗଣ୍ଡଗୋଳ ଓ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ବିଜେଡିର ଏହି ବଦନାମ ମନ୍ତ୍ରୀଙ୍କ ବିରୋଧରେ ମାମଲା। ବିବାଦୀୟ ମନ୍ତ୍ରୀଙ୍କୁ ଲୋକେ ବିଦା କରିଛନ୍ତି । କାମାକ୍ଷାନଗର ଆସନରୁ ହାରିଯାଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ।୨୦୨୧ଜୁଲାଇ ୧୨ ତାରିଖରେ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ବଡ ବଡ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଅଡୁଆ ଜାଲରେ ଛନ୍ଦି ହୋଇଯାଇଥିଲେ ବିକ୍ରମ ଆରୁଖ । ଏହି ନିର୍ବାଚନ ଜନତା ଦେଇଛନ୍ତି ଯବାବ । ବିକ୍ରମ ଆରୁଖଙ୍କୁ ପରାଜୟର ସମ୍ମୁଖିନ ହେବାକୁ ପଡିଛି ।ଭଞ୍ଜ ନଗର ଆସନ ହରାଇବାକୁ ପଡିଛି ବିକ୍ରମ ଆରୁଖଙ୍କୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବେଆଇନ୍ ଭାବେ ଖଣି ଉତ୍ତୋଳନ ହୋଇ ହଜାର ହଜାର କୋଟି ହେଉଛି ଲୁଟ୍ । ମାଫିଆ ଲୁଟ୍ କରୁଥିବା ଏହି ଟଙ୍କା ବନିଥିଲା ବିଜେଡିର ନିର୍ବାଚନ ପାଣ୍ଠି । ଯାଜପୁର ଜିଲ୍ଲାର 3 ପରିବାରର ଛତ୍ରଛାୟା ଚାଲିଥିଲା ଲୁଟ । ଏଠି ଲୋକଙ୍କ ସ୍ୱପ୍ନକୁ କରାଯାଉଛି ଚୋରି  । ଆଉ ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତି ରାତି ବନାଯାଉଛି ନଗଡା । ଅଶୋକ ଦାସ  ପରେ ତାଙ୍କ ପୁଅ ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କଳ୍ପତରୁ ଦାସ ପରେ ତାଙ୍କ ପୁଅ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରଫୁଲ ଘଡେଇ ପରେ ତାଙ୍କ ପୁଅ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ପରି ନେତାମାନେ ଏହି କଳାହୀରା ଲୁଟର ମାଷ୍ଟର ମାଇଣ୍ଡ ବୋଲି ହୋଇଥିଲା ଅଭିଯୋଗ । ଯାହାକୁ ନେଇ ବିବାଦୀୟ ହୋଇପଡିଥିଲେ ଏହି 3 ପ୍ରମୁଖ ନେତା । ଯାହାକୁ ଜନତା ଉପାଡି ଫୋପାଡି ଦେଇଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ପ୍ରଣବ ପ୍ରକାଶ ଦାସ ହାରିଥିବା ବେଳେ ଧର୍ମଶାଳା ଆସନରୁ ପ୍ରଣବ ବଳବନ୍ତ ରାୟ ଏବଂ ସୁକିନ୍ଦା ଆଶନରୁ ପ୍ରତିରଞ୍ଜନ ଘଡାଇ ପରାସ୍ତ ହୋଇଛନ୍ତି । ଆରଟିଆଇ ଆକ୍ଟିଭିଷ୍ଟ ରଞ୍ଜନ ଦାସ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ବିବାଦୀୟ ହୋଇପଡିଥିଲେ ଅତନୁ । ଜନତା ଦନାର୍ଦ୍ଦନ ଏହାର ଜବାବ ଦେଇଛନ୍ତି ବାଲଟରେ । ପରାସ୍ତ ହୋଇଛନ୍ତି ଅତନୁ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: