ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି କାର୍ଯ୍ୟ
·2 years ago

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବେ । ବୁଧବାର ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରତି ୧୫ ଦିନ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବେ ଆମିକସକ୍ୟୁରୀ ।
ନାଟମଣ୍ଡପ ମରାମତି ସଂପୂର୍ଣ୍ଣ ପାଇଁ ଦୈନିକ ୬ ଘଣ୍ଟା ଲେଖାଏଁ ୧୨୦ ଦିନ କାମ ଚାଲିବ । ତଥ୍ୟ ଅନୁସାରେ ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଜଣାପଡ଼ିଥିଲା । ଯାହାର ଲମ୍ବ ୭ ଫୁଟ ଓ ଗଭୀର ୭ ଇଞ୍ଚ ଦେଖା ଯାଇଥିଲା । ୫ବର୍ଷ ହେଲା ସେ ଫାଟ ସେମିତି ଥିବାରୁ କୋର୍ଟରେ ମାମଲା ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: