Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା 17ରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି

Ritu Das
Browse all articles by Ritu Das
·1 year ago·1 min read
ଆସନ୍ତା 17ରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି

ଅର୍ଗସ ବ୍ୟୁରୋ: ଆସନ୍ତା 17 ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି । ରତ୍ନଭଣ୍ଡାର ମରାମତି ସମୟରେ ବନ୍ଦ ରହିବ ଭିତରକାଠ ଦର୍ଶନ । 3 ମାସ ଭିତରେ ସରିବ ରତ୍ନଭଣ୍ଡାର ମରାମତି କାମ । ଦ୍ବିତୀୟ ଭୋଗ ମଣ୍ଡପ ପରଠୁ ଏଏସଆଇ କରିବ ମରାମତି । ଦୈନିକ 5 ଘଣ୍ଟା ଚାଲିବ ରତ୍ନଭଣ୍ଡାର ମରାମତି କାମ । 
ଶନି, ରବିବାର ଓ ଛୁଟି ଦିନରେ ବନ୍ଦ ରହିବ ମରାମତି କାମ । ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏ ସମ୍ପର୍କରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ASI ରତ୍ନଭଣ୍ଡାର ମରାମତି କରିବାକୁ ଥିବାବେଳେ ଏଥିପାଇଁ କେତେ ସମୟ ଲାଗିବ ସେ ନେଇ ନିଷ୍ପତ୍ତି ନିଆଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ବାଧା ନଉପୁଜାଇ କେମିତି ମରାମତି ହୋଇପାରିବ ସେ ନେଇ ଗୁରୁତ୍ବ ଦିଆଯାଇଛି। 

ଦ୍ୱିତୀୟ ଭୋଗମଣ୍ଡପ ପରଠାରୁ ଏଏସଆଇ କରିବ ମରାମତି। ଦୈନିକ 5ଘଣ୍ଟା  ଏଏସଆଇ କରିବ ମରାମତି।  ଦିନ12.30ରୁ ଅପରାହ୍ନ 5ଟା କିମ୍ବା 6ଟା ପର୍ଯ୍ୟନ୍ତ ଚାଲିବ ମରାମତି। ଶନିବାର କିମ୍ବା ରବିବାର କିମ୍ବା 31 ଡିସେମ୍ବର ଅର୍ଥାତ ଭିଡ ସମୟରେ ମରାମତି ହେବନାହିଁ।  ରତ୍ନଭଣ୍ଡାର ମରାମତି ସମୟରେ ବାହାରକାଠରୁ ଦର୍ଶନ କରିବେ ଭକ୍ତ। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ। ଛତିଶାନିଯୋଗ ବୈଠକରେ ନିଆଗଲା ନିଷ୍ପତ୍ତି। ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The repair of the | Argus News