Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାଟମଣ୍ଡପ ମରାମତି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ଜାରି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନାଟମଣ୍ଡପ ମରାମତି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ଜାରି

ଅର୍ଗସ ବ୍ୟୁରୋ:  ଆଜିଠୁ ବିଧିବଦ୍ଧ ଭାବେ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ଦିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯିବ । ତାପରେ ନାଟମଣ୍ଡପରେ ଫାଟଥିବା ବିମକୁ ଯାଞ୍ଚ କରାଯିବ। ASIର ସ୍ୱତନ୍ତ୍ର ଟେକନିକାଲ ଟିମ୍ ବିମ୍ ମରାମତି କରିବା ସହ ବିମ୍ ତଳେ ଲୁହାଭାରା ବାନ୍ଧି ଷ୍ଟେଜିଂ କରାଯିବ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ରହୁଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି କାର୍ଯ୍ୟ କରାଯିବ । କେଉଁ ସମୟରେ କାର୍ଯ୍ୟ କରାଯିବ ଏନେଇ ମନ୍ଦିର କମାଣ୍ଡରଙ୍କୁ ଦାୟିତ୍ବ ଦିଆଯାଇଛି ।

ଅଧିକ ପଢନ୍ତୁ: 'ମରାମତି ନହେଲେ ଆଗାମୀ ଦିନରେ ଘଟିପାରେ ବଡ ଦୁର୍ଘଟଣା'

୨୪ ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ସେହି ଅନୁସାରେ କାର୍ଯ୍ୟ କରାଯିବ । ସେପଟେ ଆଜିଠାରୁ ମହାପ୍ରଭୁଙ୍କ ରତ୍ନପଲଙ୍କ ତିଆରି ହେବ । ତିନିଗୋଟି ନୂଆ ରତ୍ନପଲଙ୍କ ବର୍ମାଟିକ୍ କାଠରେ ନିର୍ମିତ ହେବ । ଆସନ୍ତା ଓଡ଼ିଆ ନବବର୍ଷରୁ ମହାପ୍ରଭୁ ନୂତନ ରତ୍ନପଲଙ୍କରେ ଶୟନ କରିବେ । ଏହାଛଡା ରତ୍ନପଲଙ୍କରେ ଥିବା ହାତୀଦାନ୍ତକୁ ମଧ୍ୟ ମରାମତି କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ

Sponsored
The repair work of Natmandap will be officially started from today | Argus News