ଶାସକ ବିଧାୟକଙ୍କ ଜବାବ ସମସ୍ତ ଯୋଗ୍ୟ ହେବେ ସାମିଲ

Key Points
- ସୁଭଦ୍ରାକୁ ନେଇ ଦୁଇଟି ଚିତ୍ର
- ଗୋଟିଏ ଉତ୍ସାହର ଅନ୍ୟଟି ବିରୋଧର
- ବିଧାନସଭାରେ ବିରୋଧୀଙ୍କ ହୋ ହା ଲ୍ଲା..
- ଗାଁ ଗାଁରେ ଆବେଦନ ପାଇଁ ଉତ୍ସାହ
- ବିରୋଧୀଙ୍କ ଅଭିଯୋଗ ଲୋକଙ୍କୁ ଠକିଛି ବିଜେପି ସରକାର
- ଶାସକ ବିଧାୟକଙ୍କ ଜବାବ ସମସ୍ତ ଯୋଗ୍ୟ ହେବେ ସାମିଲ
ଅର୍ଗସ ବ୍ୟୁରୋ: ମୁଲତବୀ ଆଣିଲେ ବିରୋଧୀ । ହେଲେ ହୋ ହାଲ୍ଲା କରି ବାରୁ ହେଲାନି ଆଲୋଚନା । ଟୋଲ ଫ୍ରି ନମ୍ବର ପରେ ଆରମ୍ଭ ହେଲା ସୁଭଦ୍ରା ପୋର୍ଟାଲ ।
ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ପୋର୍ଟାଲର କଲେ ଉଦଘାଟନ । ଏଥିରେ ଯୋଜନା ବାବଦରେ ସବୁ ତଥ୍ୟ ମିଳିବ । ପୂର୍ବରୁ ସୁଭଦ୍ରା ନାଁରେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ୱେବ ସାଇଟ ଗୁଡିକୁ ଭରସା ନ କରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜ୍ୟରେ ଏବେ 21ରୁ 60 ବର୍ଷ ବୟସ ମଧ୍ୟରେ 1 କୋଟି 37 ଲକ୍ଷ ମହିଳା ଅଛନ୍ତି । ତା ଭିତରୁ ସ୍ବଛଳ ବର୍ଗକୁ ବାଦ ଦେଲେ ସବୁ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ଲାଭ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିରେ 1 କୋଟିରୁ ଅଧିକ ମହିଳା ସାମିଲ ହେବେ।
ଆଉ ଏ ଚିତ୍ର ଗାଁ ଗାଁରେ ସୁଭଦ୍ରାକୁ ନେଇ ଉତ୍ସାହର। କେଉଁଠି ଫର୍ମ ପାଇଁ ଲମ୍ବା ଲାଇନ ତ ଆଉ କେଉଁଠି ଯୋଜନା ବାବଦରେ ମହିଳାଙ୍କୁ ବୁଝାଉଛନ୍ତି ସରକାରୀ ଅଧିକାରୀ । ଜୟପୁରରୁ ଜଗତସିଂହପୁରରୁ ଝାରସୁଗୁଡାରୁ ଭଦ୍ରକ । ବ୍ରହ୍ମଗିରିରୁ ନବରଙ୍ଗପୁର॥ ସବୁଠି ଆବେଦନ ପାଇଁ ଉତ୍ସାହ । ରାଜ୍ୟର ସମସ୍ତ ଅଙ୍ଗନ ବାଡି କେନ୍ଦ୍ରରେ ସୁଭଦ୍ରା ଫର୍ମ ମିଳୁଛି । ଏହା ସହ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ବି ଫର୍ମ ମିଳୁଛି ଆଧାର କାର୍ଡର ନକଲ ଦେଲେ ମାଗଣାରେ ଫର୍ମ ମିଳିବ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ସହ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥିରକୃତ ସ୍ଥାନରେ 4 ତାରିଖ ଅପରାହ୍ନରୁ ଫର୍ମ ଦାଖଲ ଆରମ୍ଭ ହେବ। 17 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସୁଭଦ୍ରାର ପ୍ରଥମ କିସ୍ତିର ଅର୍ଥ ପାଇବେ ଯୋଗ୍ୟ ହିତାଧିକାରୀ । ତେବେ ସମସ୍ତ ଯୋଗ୍ୟ ମହିଳାଙ୍କୁ କିସ୍ତି ମିଳିବା ପର୍ଯ୍ୟନ୍ତ ପ୍ରକିୟା ଜାରି ରହିବ ।
ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଗୋଟିଏ ପଟେ ଗାଁ ଗାଁରେ ମହିଳାଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ ଅନ୍ୟ ପଟେ ବିଧାନସଭାରେ ବିରୋଧୀ କରିଛନ୍ତି ହୋ ହା ଲ୍ଲା । ଯୋଜନାକୁ ନେଇ ବିରୋଧୀ ମୁଲତବୀ ନୋଟିସ ଦେଇଥିଲେ ବି ହଙ୍ଗମା ଯୋଗୁ ଆଜି ଆଲୋଚନା ହୋଇପାରିନି.. ବିରୋଧୀ ଅଭିଯୋଗ କରିଛନ୍ତି ଲୋକଙ୍କୁ ଠିକିଛନ୍ତି ସରକାର । ଯାହାର ଜବାବ ଦେଇଛନ୍ତି ଶାସକ ବିଧାୟକ । ସୁଭଦ୍ରା ଯୋଜନାରେ ଆବେଦନ ପୂର୍ବରୁ କିଛି ସନ୍ଦେହ ଥିଲେ ଟୋଲ୍ ଫ୍ରି ନଂ- 14678ରେ କଲ୍ କରି ପାରିବେ । ସକାଳ 6ରୁ ରାତି 10 ଟା ପର୍ଯନ୍ତ ଖୋଲାରହୁଛି ଟୋଲ ଫ୍ରି ନମ୍ବର ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: